ବିବାଦରେ ସିନେମା ‘ଛପାକ୍’ ! ଆସନ୍ତାକାଲି ରିଲିଜ୍ ହେବ କି ନାହିଁ ସନ୍ଦେହ , ସିନେମାରେ କ୍ରେଡିଟ୍ ନ ପାଇ କୋର୍ଟରେ ପହଁଚିଲେ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ।

956

ସିନେମା ଛପାକକୁ ନେଇ ବଢୁଛି ବିବାଦ । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ସ ଛପାକ୍୍ ଆସନ୍ତାକାଲି ରିଲିଜ ହେବାକୁ ଯାଉଥିବା ବେଳେ ଏବେ ବିବାଦ ଘେରରେ ଫସିଛି ସିନେମା । ସିନେମାର ଗୋଟିଏ ଦିନ ପୂର୍ବରୁ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛପାକ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯାଚିକା ଦାଖଲ କରିଛନ୍ତି । ପୂର୍ବରୁ ସେ ଟ୍ୱିଟ କରି ଫିଲ୍ମରେ ତାଙ୍କୁ କ୍ରେଡିଟ୍ ନଦିଆଯିବା କାରଣରୁ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ।

 

ତାଙ୍କ କହିବା କଥା, ସେ ବର୍ଷ ବର୍ଷ ଧରି ଏସିଡ୍ ପୀଡିତା ଲକ୍ଷ୍ମୀଙ୍କ ପାଇଁ କେଶ୍ ଲଢିଛନ୍ତି । କିନ୍ତୁ ଫିଲ୍ମରେ ତାଙ୍କୁ କୌଣସି କ୍ରେଡିଟ୍ ଦିଆଯାଇନାହିଁ । ସେଥିପାଇଁ ସେ ଫିଲ୍ମର ରିଲିଜକୁ ନେଇ ଯାଚିକା ଦାଖଲ କରିଛନ୍ତି । ସୂଚନା ମୁତାବକ, ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏସିଡ୍ ପୀଡିତା ଲକ୍ଷ୍ମୀଙ୍କ ଜୀବନୀ ଉପରେ ଆଧାରିତ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରଟି ୨ ମିନିଟ୍ ୧୯ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଦୀପିକା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ଦୀପିକାଙ୍କ ଦମଦାର ଡାଇଲଗ୍ ଶୁଣିବାକୁ ମିଳିଛି । ଏହି ଘଟଣାଟି ୨୦୦୫ ରେ ଘଟିଥିଲା । ଫିଲ୍ମରେ ଦୀପିକା ମାଲତୀ ନାମକ ଜଣେ ସାଧାରଣ ଯୁବତୀଙ୍କ ଚରିତ୍ରରେ ନଜର ଆସିଛନ୍ତି । ଦୀପିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି । ଦୁହେଁ ପ୍ରଥମଥର ପାଇଁ ସ୍କ୍ରିନ୍ ଶେୟାର କରିଛନ୍ତି । ଟ୍ରେଲର ଦେଖିବା ପରେ ଦର୍ଶକ ଫିଲ୍ମ ରିଲିଜକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଆସନ୍ତା କାଲି ଫିଲ୍ମ ରିଲିଜ ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।