ଇଟାଲୀରେ ବଲିଉଡର ସୁପରହିଟ ଯୋଡି ଦୀପିକା ଓ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲୁଥିବା ଏହି ବିବାହ ଉତ୍ସବର ଫଟୋ ଏବେ ସାମ୍ନାକୁ ଆସିଛି । ସିନ୍ଧି ଓ କୋଙ୍କଣୀ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି । ଯାହାର ଫଟୋ ଉଭୟ ରଣବୀର ଓ ଦୀପିକା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଦୀପିକା ଓ ରଣବୀରଙ୍କ ବିବାହ ଫଟୋ ଦେଖିବା ପାଇଁ ପ୍ରଂଶସକ ଚାତକ ଭଳି ଚାହିଁ ରହିଥିଲେ । କିନ୍ତୁ କଡା ସୁରକ୍ଷା ମଧ୍ୟରେ ବିବାହ ହେଉଥିବାରୁ କୌଣସି ଫଟୋ ଲିକ୍ ମଧ୍ୟ ହୋଇନଥିଲା । ଶେଷରେ ଦୁହେଁ ଅଫିସିଆଲ ଆକାଉଣ୍ଟରେ ଫଟୋ ପୋଷ୍ଟ କରିବା ପରେ ଏହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଭାଇରାଲ ହୋଇଥିବା ଫଟୋରେ ଉଭୟ କୋଙ୍କଣୀ ଓ ସିନ୍ଧି ରୀତିନୀତି ଅନୁଯାୟୀ ବିବାହ କରୁଥିବାର ଦେଖିବାକୁ ମିଳିଛି । କୋଙ୍କଣୀ ରୀତିନୀତି ବିବାହରେ ରଣବୀର ଧଳା ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ଦୀପିକା ଦକ୍ଷିଣ ଭାରତୀୟ ବଧୂ ବେଶରେ ନଜର ଆସୁଛନ୍ତି । ସେହିଭଳି ସିନ୍ଧି ପରମ୍ପରା ଅନୁଯାୟୀ ବିବାହ ସମୟରେ ଉଭୟ ଲାଲ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । କୋଙ୍କଣୀ ରୀତିନୀତିରେ ବିବାହ ସମୟରେ ରଣବୀର ସିପ୍ଲେନରେ ଏଣ୍ଟ୍ରି ମାରିଥିଲେ । ସେହିଭଳି ସିନ୍ଧି ରୀତିନୀତି ଅନୁଯାୟୀ ବିବାହ ସମୟରେ ବୋଟରେ ବିବାହସ୍ଥଳୀରେ ପହଞ୍ଚିଥିଲେ ରଣବୀର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/5555_111518081438.jpg)