ସହିଦ୍ ପୁଅକୁ ମନେପକାଇ କାନ୍ଦୁଥିଲେ ମା’ , ଅଧିକାରୀ ରୁପେ ନୁହଁ ପୁଅ ରୁପରେ ସହିଦଙ୍କ ମା’ଙ୍କୁ ଭେଟିଲେ ଆଇଏଏସ୍ ଅଫିସର ଦୀପକ ରାୱତ ! କହିଲେ, ମା’ ମୁଁ ବି ଆପଣଙ୍କର ହିଁ ପୁଅ । 

1,044

ହରିଦ୍ୱାର ଜିଲ୍ଲାଧିକାରୀ ଦୀପକ ରାୱତ ନିଜ ଭଲକାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ୍ ମିଡିଆରେ ପ୍ରତିଦିନ ତାଙ୍କ ଭଲକାମକୁ ନେଇ ଚର୍ଚ୍ଚା ହୋଇଥାଏ । ଲୋକଙ୍କ ଗୋଟିଏ କଲରେ ସେ ତୁରନ୍ତ କାମ କରୁଥିବା ଅଧିକାରୀ ରୁପେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚିତ । କିନ୍ତୁ ତାଙ୍କର ଆଜି ଏଭଳି ଏକ କଥା ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ତାଙ୍କ ପ୍ରଶଂସା କରିବାକୁ ଲାଗିବେ ।

ସେ ଜଣେ ସହିଦଙ୍କ ଘରକୁ ଯାଇଥିଲେ । ସହିଦ୍ ମା’ଙ୍କ ଆଗରେ ଅଧିକାରୀ ରୁପେ ନୁହଁ ଆଉ ଏକ ପୁଅ ରୁପରେ ସେ ଯାଇଥିଲେ । ଦେଶସେବାରେ ନିୟୋଜିତ ମେଜର ଶୁଭମ୍ ୧୨ ବର୍ଷ ପୂର୍ବେ ନିଜ ଜୀବନ ଦେଶ ପାଇଁ ତ୍ୟାଗ କରିଥିଲେ । ଯବାନ୍ ପୁଅକୁ ଝୁରି ଝୁରି ବାପାଙ୍କ ଜୀବନ ବି ଚାଲିଗଲା । ଘରେ ଏବେ କେବଳ ଶୁଭମଙ୍କ ମା’ ହିଁ ରହିଛନ୍ତି । ମେଜର ଶୁଭମଙ୍କ ପରିବାରର କଥା ଶୁଣି ଜିଲ୍ଲାଧିକାରୀ ଦୀପକ ରାୱତ୍ ତାଙ୍କ ଘରେ ପହଞ୍ôଚଥିଲେ । ଉକ୍ତ ଦିନ ଶୁଭମଙ୍କ ଜନ୍ମଦିନ ଥିବାରୁ ମା’ ପୁଅକୁ ମନେପକାଉ ଥିଲେ । ୧୨ ବର୍ଷ ପରେ ପାଖରେ ପୁଅ ନଥିଲେ ବି ମା’ ପୁଅକୁ ମନେ ପକାଇ କେକ୍ ପ୍ରସ୍ତୁତ କରିଥିଲେ । ଡିଏମ୍ ଦୀପକ ପହଞ୍ôଚ ଜଣେ ପୁଅଙ୍କ ଭଳି ସହିଦ୍ ଙ୍କ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ଝିଅ ଭଳି ସବୁ ସମୟରେ ସାଥିରେ ରହିବା ପାଇଁ ମଧ୍ୟ କଥା ଦେଇଥିଲେ ।

Comments are closed.