ହରିଦ୍ୱାର ଜିଲ୍ଲାଧିକାରୀ ଦୀପକ ରାୱତ ନିଜ ଭଲକାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ୍ ମିଡିଆରେ ପ୍ରତିଦିନ ତାଙ୍କ ଭଲକାମକୁ ନେଇ ଚର୍ଚ୍ଚା ହୋଇଥାଏ । ଲୋକଙ୍କ ଗୋଟିଏ କଲରେ ସେ ତୁରନ୍ତ କାମ କରୁଥିବା ଅଧିକାରୀ ରୁପେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚିତ । କିନ୍ତୁ ତାଙ୍କର ଆଜି ଏଭଳି ଏକ କଥା ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ତାଙ୍କ ପ୍ରଶଂସା କରିବାକୁ ଲାଗିବେ ।
ସେ ଜଣେ ସହିଦଙ୍କ ଘରକୁ ଯାଇଥିଲେ । ସହିଦ୍ ମା’ଙ୍କ ଆଗରେ ଅଧିକାରୀ ରୁପେ ନୁହଁ ଆଉ ଏକ ପୁଅ ରୁପରେ ସେ ଯାଇଥିଲେ । ଦେଶସେବାରେ ନିୟୋଜିତ ମେଜର ଶୁଭମ୍ ୧୨ ବର୍ଷ ପୂର୍ବେ ନିଜ ଜୀବନ ଦେଶ ପାଇଁ ତ୍ୟାଗ କରିଥିଲେ । ଯବାନ୍ ପୁଅକୁ ଝୁରି ଝୁରି ବାପାଙ୍କ ଜୀବନ ବି ଚାଲିଗଲା । ଘରେ ଏବେ କେବଳ ଶୁଭମଙ୍କ ମା’ ହିଁ ରହିଛନ୍ତି । ମେଜର ଶୁଭମଙ୍କ ପରିବାରର କଥା ଶୁଣି ଜିଲ୍ଲାଧିକାରୀ ଦୀପକ ରାୱତ୍ ତାଙ୍କ ଘରେ ପହଞ୍ôଚଥିଲେ । ଉକ୍ତ ଦିନ ଶୁଭମଙ୍କ ଜନ୍ମଦିନ ଥିବାରୁ ମା’ ପୁଅକୁ ମନେପକାଉ ଥିଲେ । ୧୨ ବର୍ଷ ପରେ ପାଖରେ ପୁଅ ନଥିଲେ ବି ମା’ ପୁଅକୁ ମନେ ପକାଇ କେକ୍ ପ୍ରସ୍ତୁତ କରିଥିଲେ । ଡିଏମ୍ ଦୀପକ ପହଞ୍ôଚ ଜଣେ ପୁଅଙ୍କ ଭଳି ସହିଦ୍ ଙ୍କ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ଝିଅ ଭଳି ସବୁ ସମୟରେ ସାଥିରେ ରହିବା ପାଇଁ ମଧ୍ୟ କଥା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/Capture-50.jpg)
/kanak/media/post_attachments/wp-content/uploads/2019/01/images-27.jpg)