ଜଗନ୍ନାଥଙ୍କୁ ହେବ ଜର

108

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ପବିତ୍ର ଦେବସ୍ନାନ ପୂର୍ଣିମା । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀ ଜିଉଙ୍କ ଘୋଷ ଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି । ବର୍ତମାନ ଶ୍ରୀଜିଉ ମାନେ ସ୍ନାନବେଦିରେ ବିରାଜମାନ କରିଛନ୍ତି । ଶ୍ରୀଜିଉଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଧାଡି ପହଣ୍ଡିରେ ବିଜେ ହୋଇ ଶ୍ରୀଜିଉ ସ୍ନାନବେଦିରେ ବିରାଜମାନ କରିଛନ୍ତି । ସ୍ନାନବେଦିରେ ଚାଲିଛି ଶ୍ରୀଜିଉଙ୍କ ବିଭିନ୍ନ ନିତିକାନ୍ତି । ସହସ୍ର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ପୁରୀରେ । ଗଜାନନ ବେଶରେ ମହାପ୍ରଭୁ ତାଙ୍କ ଭକ୍ତଙ୍କୁ ଦର୍ଶନ ଦେବେ । ସୁନା କୂଅର ଜଳରେ ମହାପ୍ରଭୁ ସ୍ନାନ କରି ଜରରେ ପଡିବେ, ଏବଂ ତାପରେ ଦଇତାମାନେ ଫୁଲୁରି ତେଲରେ ତାଙ୍କର ଗୁପ୍ତସେବା କରିବେ ।