ଭୟାବୟ ରୂପ ନେଲାଣି ଜାପାନୀ ଜ୍ୱର : ବିହାର ମୁଜଫରପୁରରେ ଜାପାନୀ ଜ୍ୱରରେ ଶିଶୁ ମୃତ୍ୟୁ ସଂଖ୍ୟା ୯୬କୁ ବୃଦ୍ଧି

105

ବିହାରରେ ଗୋଟିଏ ପଟେ ଭୀଷଣ ଗରମରୁ ଲୋକଙ୍କ ଲଗାତାର ମୃତ୍ୟୁ ହେଉଥିବାବେଳେ ଅନ୍ୟପଟେ ଜାପାନୀ ଜ୍ୱର(ଏନସେଫାଲାଇଟିସ) କାରଣରୁ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ି ବଢ଼ି ଚାଲିଛି । ବିହାରର ମୁଜଫରପୁରରେ ଏନସେଫାଲାଇଟିସରେ ଏପର୍ଯ୍ୟନ୍ତ ୯୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଛି । ମୁଜଫରପୁର ପରେ ଏବେ ଏନସେଫାଲାଇଟିସରେ ଆହୁରି ଅନେକ ଜିଲ୍ଲା ପ୍ରଭାବିତ ହୋଇଛନ୍ତି ।

ଏବେ ପୂର୍ବ ଚମ୍ପାରଣ ଜିଲ୍ଲାରେ ମଧ୍ୟ ଜାପାନୀ ଜ୍ୱରରେ ପୀଡିତ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଜିଲ୍ଲାରେ ଜାପାନୀ ଜ୍ୱରରେ ଏପର୍ଯ୍ୟନ୍ତ ୩୬ ଶିଶୁଙ୍କ ନୂଆ ମାମଲା ସାମନାକୁ ଆସିଛି । ଏସମସ୍ତ ଶିଶୁଙ୍କ ଚିକିତ୍ସା ମୁଜଫରପୁର ଓ ପୂର୍ବ ଚମ୍ପାରଣର ବିଭିନ୍ନ ପ୍ରାଇଭେଟ୍ ହସପିଟାଲରେ କରାଯାଉଛି ।

ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମୁଜଫରପୁର ଗସ୍ତ କରିଥିଲେ । କହିଥିଲେ, “ରୋଗର ଚିହ୍ନଟ ପାଇଁ ଗବେଷଣା ହେବା ଉଚିତ୍, ଯାହାକି ଏପର୍ଯ୍ୟନ୍ତ ହୋଇପାରିନି । ଏବଂ ଏଥିପାଇଁ ମୁଜଫରପୁରରେ ଗବେଷଣାର ସୁବିଧା ବିକସିତ କରାଯିବା ଉଚିତ୍ ।”