ନିର୍ଭୟା ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ରାଜକ୍ଷମା ଆବେଦନ ନିଷ୍ପତି ପରେ ମିଳିବ ୧୪ ଦିନ । ଏଏସଜି ଓ ଦିଲ୍ଲୀ ସରକାରଙ୍କୁ କହିଲେ କୋର୍ଟ, ୨୨ରେ ୪ ଅପରାଧୀଙ୍କୁ ମିଳିନପାରେ ଫାଶୀ

ମୁକେଶ କହିଛି କି, ତା’ର ରାଜକ୍ଷମା ପତ୍ର ଏବେ ବି ରାଷ୍ଟ୍ରପତିଙ୍କ ପାଖରେ ବିଚାରଧୀନ ରହିଛି । ସେପଟେ ଡେଥ୍ ୱାରେଣ୍ଟକୁ ରଦ୍ଦ କରିବାକୁ ହାଇକୋର୍ଟରେ ମୁକେଶ ଓକିଲ ରିବାକା ଜନ୍ ଯୁକ୍ତି ବାଢ଼ିଛନ୍ତି ।

1,209

କନକ ବ୍ୟୁରୋ: ନିର୍ଭୟା ସୈତାନଙ୍କ ଫାଶୀରେ ହୋଇପାରେ ବିଳମ୍ବ । ଆସନ୍ତା ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । କାରଣ ଦୋଷୀ ମୁକେଶ କୁମାରର ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଛି ଶୁଣାଣି । ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇବା ନେଇ ଦୋଷୀ ମୁକେଶ ହାଇକୋର୍ଟରେ ଅନୁରୋଧ କରିଛି । ସୂଚନା ମୁତାବକ ମୁକେଶ କହିଛି କି, ତା’ର ରାଜକ୍ଷମା ପତ୍ର ଏବେ ବି ରାଷ୍ଟ୍ରପତିଙ୍କ ପାଖରେ ବିଚାରଧୀନ ରହିଛି । ସେପଟେ ଡେଥ୍ ୱାରେଣ୍ଟକୁ ରଦ୍ଦ କରିବାକୁ ହାଇକୋର୍ଟରେ ମୁକେଶ ଓକିଲ ରିବାକା ଜନ୍ ଯୁକ୍ତି ବାଢ଼ିଛନ୍ତି ।

ସେପଟେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବା ସମ୍ଭବ ନୁହେଁ ବୋଲି କୋର୍ଟକୁ ଜଣାଇଛନ୍ତି ଦିଲ୍ଲୀ ସରକାର । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ମାମଲାର ଦୋଷୀ ମୁକେଶ କୁମାରଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଓ ଦିଲ୍ଲୀ ସରକାରଙ୍କ ଓକିଲ କୋର୍ଟରେ ଆଜି ଏହା କହିଛନ୍ତି । ବର୍ତମାନ ରାଷ୍ଟ୍ରପତିଙ୍କ ନିକଟର ଦୋଷୀଙ୍କ କ୍ଷମା ଆବଦେନ ଅଛି ଓ ଏହି ନିଷ୍ପତି ଆସିବା ପରେ ଦୋଷୀଙ୍କୁ ଅତିରିକ୍ତ ୧୪ ଦିନ ମିଳିବ ।

ମାମଲାରେ ଦୋଷୀ ମୁକେଶ, ଡେଥ ୱାରେଂଟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଯାଇଛି । ଏ ନେଇ କୋର୍ଟ ଆଜି ଶୁଣାଣି ଆରମ୍ଭ କରିଛନ୍ତି । ଶୁଣାଣିବେଳେ ମୁକେଶଙ୍କ ଓକିଲ କହଛନ୍ତି, ମୃତ୍ୟୁ ପରୱାନା ନେଇ କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ଅଛି । ତେଣୁ ଏହାକୁ ରଦ୍ଦ କରାଯାଉ । ଗତକାଲି ସୁପ୍ରିମକୋର୍ଟ ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଥିଲେ ।

ସୂଚନା ମୁତାବକ, ଗତକାଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମୁକେଶର କ୍ୟୁରେଟିବ୍ ଯାଚିକାକୁ ଖାରଜ କରିଦେଇଥିଲେ । ଡିସେମ୍ବର ୧୮ ତାରିଖରେ ବି ତିହାର ଜେଲ କର୍ତ୍ତୁପକ୍ଷ ଦୋଷୀଙ୍କୁ ଫାଶୀ ପାଇଁ ନୋଟିସ୍ ଜାରି କରିଦେଇଥିଲେ । ଏଥିରେ ଦାଷୀଙ୍କୁ କୁହାଯାଇଥିଲା, ସେମାନେ ଚାହିଁଲେ ୭ ଦିନ ଭିତରେ କ୍ଷମା ପାଇଁ ଆବେଦନ କରିପାରିବେ ।