୯ ଟଙ୍କାରେ ଡାଲି, ୧୮ ଟଙ୍କାରେ ସୁଜି । ଏଠି ଶସ୍ତାରେ ମିଳୁଛି ଘରୋଇ ସାମଗ୍ରୀ

458

ଖାଇବା ପିଇବା ସାମଗ୍ରୀ ହେଉ କିମ୍ବା ଘରର ସାଜସଜ୍ଜା ଜିନିଷ, ଅନଲାଇନ ସପିଙ୍ଗ ଦ୍ୱାରା ଗ୍ରାହକଙ୍କୁ ଶସ୍ତାରେ କିଣିବାକୁ ସୁଯୋଗ ମିଳିଯାଉଛି । ଏମିତି ଏକ ସୁଯୋଗ ବିଗ୍ ବାସ୍କେଟ, ଗ୍ରୋଫର୍ସ ଓ ପେଟିଏମ୍ ମଲ୍ ଦେଉଛି । ଏଥିରେ ଗ୍ରାହକ ବହୁତ କମ୍ ମୂଲ୍ୟରେ ତେଲ, ଡାଲି, ଚିନିର କମ୍ବୋ ପ୍ୟାକ୍ ଠାରୁ ଆରମ୍ଭ କରି କେତେକ ସାମଗ୍ରୀ ଉପରେ ଅଫରର ଫାଇଦା ଉଠାଇପାରିବେ ।

ଆମେ ଆପଣଙ୍କୁ Deals of the Dayର ଅଫର ବିଷୟରେ ଜଣାଉଛୁ, ଯେଉଁଥିରେ ଘରର ଅନେକ ସାମଗ୍ରୀ ଯେମିତି କି ଚାଦର, ଡାଲି, ଲଙ୍କା, ଡ୍ରାଇ ଫ୍ରୁଟ୍ସ ଉପରେ ରିହାତି ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ ସେହି ପ୍ରଡକ୍ଟ…

ବିଗ୍ ବାସ୍କେଟ ସେଲରେ ସୋରିଷ ମାତ୍ର ୯ଟଙ୍କାରେ କିଣାଯାଇପାରିବ । ଏହାର ୫୦ଗ୍ରାମ ଡାଲିର ଅସଲି ମୂଲ୍ୟ ୧୫ ଟଙ୍କା, ଯାହାକୁ ୪୦% ରିହାତିରେ ଘରକୁ ଆଣିପାରିବେ । ଏହା ବ୍ୟତୀତ bb Royal ସୁଜିକୁ ୩୫ଟଙ୍କା ବଦଳରେ କେବଳ ୧୮ଟଙ୍କାରେ କିଣାଯାଇପାରିବ । ଏହି ୫୦୦ ଗ୍ରାମ ସୁଜିର ଅସଲି ମୂଲ୍ୟ ୩୫ ଟଙ୍କା, ଯାହାର ଅର୍ଥ ୪୯% ରିହାତି ଦିଆଯାଉଛି । ଗ୍ରୋଫର୍ସ ଡିଲରେ ମେଥି କିଣିବା ଉପରେ ୪୫%ର ରିହାତି ଦିଆଯାଉଛି । ଏହା ଉପରେ ୧୦୦ ଗ୍ରାମ ମେଥିର ଅସଲି ମୂଲ୍ୟ ୨୨ ଟଙ୍କା, ଯାହାକୁ ଡିଲ ହିସାବରେ କେବଳ ୧୨ ଟଙ୍କାରେ କିଣିପାରିବେ । ପେଟିଏମ୍ ମଲ୍ ଡିଲରେ ଚାଦର କିଣିବା ଉପରେ ୫୦% ରିହାତି ସହିତ ୪୫%ର କ୍ୟାସବ୍ୟାକ୍ ଅଫର୍ ମଧ୍ୟ ଦିଆଯାଉଛି । ଡିଲରେ ଡ୍ରିମଲାଇନର ସିଙ୍ଗଲ ବେଡ୍ ସହିତ ୨ଟି ପିଲୋ କଭର ସେଟ୍ ୩୫୯ ଟଙ୍କାରେ କିଣାଯାଇପାରିବ, ଯାହାର ଅସଲି ମୂଲ୍ୟ ୫୯୯ ଟଙ୍କା ।