ଜୀବନ ସଂଘର୍ଷରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡିତା । ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ, ମୁଁ ବଂଚିବାକୁ ଚାହେଁ, ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ

ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ

726

କନକ ବ୍ୟୁରୋ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୧୧ଟା ୪୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେ ବଂଚିବାକୁ ଚାହୁଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ପିଡିତା ତାଙ୍କ ଭାଇଙ୍କୁ କହିଥିଲେ । ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳୁ ବୋଲି ମଧ୍ୟ ପିଡିତା କହିଥିଲେ । ଉତରପ୍ରଦେଶ ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।

ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ଓ ତାର ୫ଜଣ ସହଯୋଗୀ ପୀଡିତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷେ୍ନø ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଦିଲ୍ଲୀ ପଠାଯାଇଥିଲା । ଡ଼ାକ୍ତରଙ୍କ ସୁଚନା ଅନୁସାରେ ପୀଡ଼ିତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦୁବୃର୍ତଙ୍କ ଆକ୍ରମଣରେ ପିଡୀତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲେ ମଧ୍ୟ ପିଡ଼ିତା ପ୍ରାୟ ଏକ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ ଓ ଜଣେ ଲୋକଙ୍କୁ ମଧ୍ୟ ସହାୟତା ମାଗିଥିଲେ । ଏହା ସହ ପୀଡ଼ିତା ନିଜେ ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ନିଜର ଅଭିଯୋଗ ଜଣାଇଥିଲେ । ପୀଡ଼ିତାଙ୍କ ଫୋନ କଲ ପାଇବା ପରେ ଅମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲା । ଶେଷରେ ସେ ଜୀବନ ହାରିଛନ୍ତି ।