କନକ ବ୍ୟୁରୋ : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଘଟିଛି । ଅସହ୍ୟ ହେଲା ମଦ୍ୟପ ବାପାଙ୍କ ନିର୍ଯ୍ୟାତନା । ପଥରରେ ଛେଚି ବାପାଙ୍କୁ ହତ୍ୟା କଲେ ନିଜ ଝିଅ ଓ ପତ୍ନୀ । ମାଲକାନଗିରିରେ ପଥରରେ ଛେଚି ମଦ୍ୟପ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ଝିଅ ଓ ପତ୍ନୀ । ପ୍ରତିଦିନ ମଦ ପିଇ ପତ୍ନୀ ଓ ଝିଅକୁ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଥିଲା ।
ହତ୍ୟା ପରେ ଶବକୁ ପୋଡି ଦେଇ ଥିଲେ ମାଆ ଝିଅ । ଗତ ଡିସେମ୍ବର ୭ ତାରିଖରେ ବାପା ପଡିଆ ମାଡକାମିଙ୍କୁ କୌଣସି ଏକ ବାହାନା କରି ଏନ୍ୟ ଏକ ଗାଁ କୁ ନେଇଯାଉଥିଲେ । ବାଟରେ ମଦ୍ୟପ ବାପାଙ୍କୁ ପ୍ରଥମେ ପଥରରେ ଛେଚି ହତ୍ୟା କରିଥିଲେ ୧୮ ବର୍ଷୀୟା ଝିଅ ଅଂଜଳି ମାଡକାମୀ ଓ ତାଙ୍କ ୫୦ ବର୍ଷୀୟ ମାଆ ମୁଡେ ମାଡକାମୀ । ହତ୍ୟା ପରେ ଶବକୁ ପାଳ ଓ କୁଟା ଦେଇ ପୋଡିବାକୁ ଉଦ୍ୟମ କରିଥିଲେ ମାଆ-ଝିଅ । ହତ୍ୟାର ପ୍ରାୟ ୨୦ ଦିନ ପରେ ମାଲକାନଗିରି ପୁଲିସ ଏହି ହତ୍ୟା ଘଟଣା ଉପରେ ପରଦା ଉଠାଇ ଅଭିଯୁକ୍ତ ଝିଅ ଓ ମାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/5-4.jpg)