ରାଇରଙ୍ଗପୁରରେ ସଇତାନ ଶ୍ୱଶୁରର ଅତ୍ୟାଚାର କାହାଣୀର ଦୁଃଖଦ ଅନ୍ତ । ନିଆଁରେ ପୋଡି ହୋଇ କୋଡିଏ ଘଂଟାର ସଂଘର୍ଷ ପରେ ଆଖି ବୁଜିଲେ ବୋହୂ

60

କନକ ବ୍ୟୁରୋ : ୨୪ ଘଂଟା ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଜୀବନ ହାରିଛି ବୋହୁ । ସବୁ ଦିନ ପାଇଁ ଆଖି ବୁଜିଛି ସଇତାନ ଶ୍ୱଶୁର ଦ୍ୱାରା ଦୁଷ୍କର୍ମର ଶୀକାର ବୋହୁ । ଶରୀରର ୮୦ ଭାଗ ପୋଡିଯାଇଥିବା ବୋହୁକୁ ବଂଚାଇବାକୁ ସବୁ ଉଦ୍ୟମ କରିଥିଲେ ଡାକ୍ତର, ହେଲେ ଶେଷରେ ସବୁ ସରିଯାଇଛି ।

ରାମଗୋପାଳ ଖେମକା । ରାଇରଙ୍ଗପୁରର ବିଶିଷ୍ଟ ବ୍ୟବସାୟୀ । ହେଲେ ରାକ୍ଷସରୂପୀ ଶ୍ୱଶୁର । ୩ ବର୍ଷ ତଳେ ଯାହାକୁ ବୋହୁ କରି ଘରକୁ ଆଣିଥିଲେ ତାଉପରେ ହିଁ ରଖିଥିଲେ ପାପ ନଜର । ଝିଅ ସମାନ ନିଜ ବୋହୂକୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଶ୍ୱଶୁର । ଆଉ ଅରାଜି ହେଲେ ମିଳୁଥିଲା ହତ୍ୟା ଧମକ । ଏହେଉଛି ତାର ପ୍ରମାଣ । ଶେଷରେ ନିଜ ବୋହୁକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିଲା ଜହ୍ଲାଦ ଶଶୁର । ଆଉ ପାଶବିକ ନିର୍ଯାତନା ପରେ ପ୍ରମାଣ ନଷ୍ଟ ପାଇଁ ଅସୁର ବନିଯାଇଥିଲା ଶଶୁର । ନିଜ ପାପକୁ ଲୁଚାଇବା ପାଇଁ ବୋହୂ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା ।

ବୋହୁର ମୃତ୍ୟୁ ପରେ ରାଇରଙ୍ଗପୁର ଖେମକା ପରିବାରର ବାସଭବନରେ ତଦନ୍ତ କରୁଛି ପୁଲିସ୍ । ସାଇଂଟିଫିକ୍ ଟିମ୍ ଓ ରାଇରଙ୍ଗପୁର ପୁଲିସ ମିଳିତ ଭାବେ ଘଟଣାର ଛାନଭିନ୍ କରୁଛନ୍ତି । କେଉଁଠି ଓ କିଭଳି ବୋହୁକୁ ଶ୍ୱଶୁର ନିଆଁ ଲଗାଇଲା? ସେହି ସମୟରେ ଘରର ଅନ୍ୟ ସଦସ୍ୟ ମାନେ କେଉଁଠି ଥିଲେ? ଏତେ ବଡ କାଣ୍ଡ ଘଟିଯାଇଥିଲେ ମଧ୍ୟ କିଭଳି କେହି ଜାଣି ପାରିଲେ ନାହିଁ? ଶ୍ୱଶୁରଙ୍କୁ ଏହି ହତ୍ୟାକାଣ୍ଡରେ ଆଉ କିଏ ସହଯୋଗ କରିଥିଲେ କି ? ସେସବୁର ଯାଂଚ କରିବ ପୁଲିସ୍ ।

ଶ୍ୱଶୁର ରାମଗୋପାଳ ଖେମକାକୁ ଗତକାଲି ଜାମସେଦପୁରରୁ ଗିରଫ କରାଯାଇଛି । ତାକୁ ପଚରାଉଚରା ପାଇଁ ଓଡିଶା ଆଣିବ ରାଇରାଙ୍ଗପୁର ପୋଲିସ ।