ବାଇକର ସାୟରନ ଉପରେ ‘ଗଲି ବୟ’ର ଜବରଦସ୍ତ ଠୁମକା ! ଭାଇରାଲ୍ ହେଲା ଭିଡିଓ

418

ଅଧିକାଂଶ ଲୋକେ ବ୍ୟବହାର କରୁଥିବା ବାଇକ୍ କିମ୍ବା କାର ଘର ବାହାରେ କିମ୍ବା କୌଣସି ସ୍ଥାନରେ ପାର୍କିଂ କରି ଚାଲିଯାଆନ୍ତି । କିଛି ଲୋକ ତ ଗାଡି ଚୋରି ହେବା ଭୟରେ ଗାଡିଗୁଡିକରେ ସାୟରନ ମଧ୍ୟ ଲଗାଇ ଦେଇଥାନ୍ତି । ଯାହା ଦ୍ୱାରା ଯଦି କେହି ମାଲିକର ବିନା ଅନୁମତିରେ ଗାଡିକୁ ଛୁଇଁ ବାକୁ ଚେଷ୍ଟା କରେ ତେବେ ଗାଡିରେ ଲାଗିଥିବା ସାୟରନ ହଠାତ୍ ବାଜି ଉଠିବ । ହେଲେ ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାଇକର ସାୟରନରେ ହିଁ ବସ୍ତିରେ ରହୁଥିବା ଜଣେ ଛୋଟିଆ ପିଲା ବେଶ୍ ଜବରଦସ୍ତ ଷ୍ଟାଇଲରେ ଡାନ୍ସ କରୁଛି ।

ଭାଇରାଲ୍ ହୋଇଥିବା ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ପ୍ରାୟ ୮ କି ୯ ବର୍ଷର ପିଲାଟିଏ ଘରୁ କିଛି ଜିନିଷ ନେଇ ବାହରକୁ ବାହାରେ ଆଉ ଏହି ସମୟରେ ସେହି ଘର ସାମ୍ନାରେ ଏକ ବାଇକ୍ ରଖାଯାଇଥାଏ । ତେବେ ପିଲାଟି ହଠାତ୍ ସେଠାରେ ଅଟକି ଯାଏ ଏବଂ ଗାଡିଟିକୁ ଏକ ଗୋଇଠାଟିଏ ପକାଇଦିଏ । ତେବେ ଗାଡିରେ ପିଲାଟିର ଗୋଡ ବାଜିବା କ୍ଷଣି ସେଥିରେ ଲାଗିଥିବା ସାୟରନଟି ଆକ୍ଟିଭ ହୋଇଯାଏ । ଆଉ ଏହାପରେ ଯାହା ହୁଏ ତାହା ବାସ୍ତବରେ ଦେଖିବାକୁ ବେଶ୍ କୌତୂହଳ ଏବଂ ଆଶ୍ଚର୍ଯ୍ୟଜନକ ଥିଲା ।

ତେବେ ବାଇକର ସାୟରନରେ ପିଲାଟି ଡାନ୍ସ କରିବା ଆରମ୍ଭ କରିଦିଏ ଏବଂ ସାୟରନର ତାଳେ ତାଳେ ନିଜ ଷ୍ଟେପ ମଧ୍ୟ ପିଲାଟି ଡାନ୍ସ ଦେଖିବାକୁ ମିଳିଛି । ଓଃ..ପିଲାଟିର ଡାନ୍ସ ଷ୍ଟେପ ବି ଦେଖିବାକୁ ଥିଲା ! ଖାଲି ଏତିକି ନୁହେଁ ପିଲାଟି ଡାନ୍ସ ସହ ତାର ମୁହଁର ଏକ୍ସପ୍ରେସନ ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି ।

ଦେଖନ୍ତୁ ଏହି ଭିଡିଓ-