ଚାଷୀଙ୍କ କଟା ଘା’ରେ ଦାମ ମାରିଲେ ଚୁନ : କହିଲେ, ଋଣ ନେଇ ଚାଷୀ ପିଉଛି ମଦ, କରୁଛି ଝିଅ ବାହାଘର

37

କନକ ବ୍ୟୁରୋ : ଉତରପ୍ରଦେଶରେ ଯେତେବେଳେ ଚାଷୀ ଋଣ ଛାଡ ନେଇ କ୍ୟାବିନେଟ୍ ନିଷ୍ପତି ହୋଇଛି, ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଅନୁରୁପ ଦାବି ହେଉଛି । ଠିକ୍ ସେତିକି ବେଳେ ଓଡ଼ିଶାରେ ଋଣ ଛାଡ ସଂପର୍କରେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ପଚରାଗଲା । ଆଉ ମନ୍ତ୍ରୀ ଯାହା ଉତର ରଖିଲେ-ତାହା ନିଶ୍ଚିତ ଭାବେ ଚାଷୀକୂଳଙ୍କୁ ହତାସ କଲା ଭଳି । ଚାଷୀ ଋଣ ନେଇ ଶୁଝୁ ନାହାଁନ୍ତି । ଋଣ ନେଇ ଚାଷୀ ଝିଅ ବାହଘର କରୁଛି । ଋଣ ନେଇ ମଦ ପିଉଛି ଚାଷୀ । ଚାଷୀ ଋଣ ଛାଡ ପାଇଁ କାହିଁକି ବିକଳ ?

ରାଜ୍ୟରେ ଯେତେବେଳେ ବି ଚାଷୀ ସମସ୍ୟା କଥା ଆସୁଛି ଚିରାଚରିତ ଢ଼ଙ୍ଗରେ ଉତର ଦେଇ ଖସିଯାଉଛନ୍ତି ସରକାର । ଆଉ ଚାଷୀ ଆତ୍ମହତ୍ୟା ଭଳି ସଂଗୀନ୍ ଅଭିଯୋଗକୁ ବି ପାରିବାରିକ କହଳ, ପ୍ରେମ ଜନିତ ମୃତ୍ୟୁ ଆଦି କାରଣ ଦର୍ଶାଇ ଦୋଷ ଛଡ଼ାଇ ଦେଉଛନ୍ତି ।

ଯେତେବେଳେ ଚାଷ ପାଇଁ ଗୋଟିଏ ହେଲେ ବି ଚାଷୀ ଆତ୍ମହତ୍ୟା କରୁନାହାଁନ୍ତ ବୋଲି କହୁଛନ୍ତି ଏବଂ ଦୃଢ଼ କଣ୍ଠରେ କହୁଛନ୍ତି ପ୍ରମାଣ ଦେଖାଅ । ଠିକ୍ ସେତିକି ବେଳେ ମନ୍ତ୍ରୀ କେମିତି କହି ପାରୁଛନ୍ତି କି-ଋଣ ନେଇ ଚାଷୀ ମଦ ପିଉଛି । ଋଣ ଟଙ୍କାରେ ଝିଅ ବାହାଘର କରୁଛି ଚାଷୀ । ବର୍ଷତମାମ ପରିଶ୍ରମ କରି ସାରା ରାଜ୍ୟକୁ ଦାନା ଯୋଗାଉଥିବା ଚାଷୀଙ୍କ ପ୍ରତି ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଚାଷୀକୁଳକୁ ନିରାଶ କଲାଭଳି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –