ରାଜ୍ୟରୁ ପିସି କାରବାର ବନ୍ଦ ହେବା ଅସମ୍ଭବ ! କନକ ନ୍ୟୁଜ ବିର୍ତକରେ ଦାମ କହିଲେ ମନର କଥା

93

କନକ ବ୍ୟୁରୋ : ପିସି କାରବାର ବନ୍ଦ ହେବା ଅସମ୍ଭବ । କନକ ନ୍ୟୁଜ୍ ବିତର୍କରେ ଭାଗ ନେଇ ଏପରି ସ୍ପଷ୍ଟୋକ୍ତି କରିଛନ୍ତି କୃଷି ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ସେ କହିଛନ୍ତି ଯେ ପିସି କାରବାରକୁ ନିୟନ୍ତ୍ରଣ କରାଯାଇ ପାରିବ । କିନ୍ତୁ ସଂପୂର୍ଣ ରୂପେ ବନ୍ଦ କରି ହେବ ନାହିଁ । ଏହାର କାରଣ ସଂପର୍କରେ ଦାମ କହିଛନ୍ତି ଯେ ନିଜ ଅଧିକାର ସଂପର୍କରେ ଲୋକେ ସଂପୂର୍ଣ ସଚେତନ ନଥିବାରୁ ଏପରି ହେଉଛି । ତା ଛଡା ଏହି ପିସି କାରବାରର ଇତିହାସ ବହୁତ ପୁରୁଣା ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସାଧାରଣ ଲୋକଟିଏ ନିଜର ଅଧିକାର ବିଷୟରେ ଆଜି ମଧ୍ୟ ଅଜ୍ଞ ରହିଛି । ସେମାନଙ୍କୁ ସଚେତନ କରିବା ସମସ୍ତଙ୍କର ଦାୟିତ୍ୱ । ଏହା ସହ ସାଧାରଣ ଲୋକଟିଏ ଗଣତନ୍ତ୍ରକୁ ଆଜି ମଧ୍ୟ ବୁଝି ପାରିନାହିଁ । ଏହି ପରିସ୍ଥିତିରେ ପିସି କାରବାର ବନ୍ଦ କରିବା କଣ ସମ୍ଭବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଦାମ । ଗରମାଧ୍ୟମ ମଧ୍ୟ ଏନେଇ ଲୋକଙ୍କୁ କେତେ ସଚେତନ କରିଛି ବୋଲି ପ୍ରଶ୍ନ କରିଛନ୍ତି ଦାମ ।

damaପୂର୍ବରୁ ମୁଖ୍ୟମନ୍ତ୍ରୀ ଆଇଏଏସ ସମ୍ମିଳନୀରେ ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏକାଧିକ ସ୍ଥାନରେ ପୋଲିସ ଚଢାଉ ମଧ୍ୟ କରିଥିଲା । ତେବେ ପିିସି କାରାବାର ସଂପୂର୍ଣ ବନ୍ଦ ହୋଇ ପାରିନଥିବା ଅନେକ ସମୟରେ ଅଭିଯୋଗ ଆସୁଛି । କିନ୍ତୁ ଏହି ପିସି କାରବାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସାଧାରଣ ଲୋକ । ଯେଉଁମାନେ ଅଫିସରଙ୍କୁ ଛୋଟ ଛୋଟ କାମ ପାଇଁ ମଧ୍ୟ ପିସି ଦେବାକୁ ପଛାଉନାହାନ୍ତି । ସେମାନେ ମଧ୍ୟ ସମ ପରିମାଣରେ ଦୋଷୀ ବୋଲି ଦାମ କହିଛନ୍ତି । ପିସି ନେଉଥିବା ଲୋକ ଯେତିକି ପରିମାଣରେ ଦାୟୀ ପିସି ଦେଉଥିବା ଲୋକ ମଧ୍ୟ ସେତିକି ପରିମାଣରେ ଦାୟୀ । ଲୋକଙ୍କ ସଚେତନତା ଅଭାବରୁ ଏଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ଦାମ କହିଛନ୍ତି ।

TARA_00000ପୂର୍ବରୁ ବିଧାନସଭା ଗୃହରେ ପିସି କାରବାର ବନ୍ଦ କରିବା ଅସମ୍ଭବ ବୋଲି ଦାମ ରାଉତ କହିଥିଲେ । ସେତେବେଳେ ବିରୋଧୀ ଦାମଙ୍କ କଥାକୁ ସର୍ମଥନ କରିଥିଲେ । ଏପରିକି ସେତେବେଳେ ପିସି ପ୍ରସଙ୍ଗକୁ ନେଇ ବିଧାୟକ ତାରା ବାହିନୀପତି ତୃତୀୟ ମହଲା ଆଡକୁ ଇଙ୍ଗିତ କରିଥିଲେ । ତୃତୀୟ ମହଲା ହେଉଛି ଦୁର୍ନୀତିର ଗନ୍ତାଘର ବୋଲି ତାରା କହିଥିଲେ । ଏଇଠୁ ହିଁ ଦୁର୍ନୀତି ଆରମ୍ଭ ହେଉଛି ବୋଲି ତାରା ଅଭିଯୋଗ କରିଥିଲେ । ତେଣୁ ବିଧାୟକ ହିସାବରେ ଦୁର୍ନୀତିଗସ୍ତ ଅଫିସରଙ୍କୁ ତୃତୀୟ ମହଲାରେ ପଶିକି ପିଟିବେ ବୋଲି କହିଥିଲେ ତାରା । ଏହାସହ ପୋଲିସ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ ତାରା । ସେତେବେଳ ତାରାଙ୍କ ମାଡ ତତ୍ତ୍ୱକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।