କନକ ବ୍ୟୁରୋ : ଦାମ ବନାମ ବାମ । ଭାଇ ବନାମ ଭାଇ । ମୁହାଁମୁହିଁ ହୋଇଛନ୍ତି ଦୁଇ ଭାଇ । ଓଡିଶା ରାଜନୀତିରେ ବହୁ ଚର୍ଚ୍ଚିତ ରାଜନେତା ଦାମଙ୍କୁ ଏଥର ଜବାବ୍ ଦେଇଛନ୍ତି ତାଙ୍କ ନିଜ ଭାଇ ବାମଦେବ ରାଉତ । ୟୁପି ନିର୍ବାଚନ ପରେ ବିଜେପିର ପ୍ରଭାବ ନେଇ ଦୁଇ ଭାଇଙ୍କ କଥା କଟାକଟି ଦେଖିବାକୁ ମିଳିଛି । ୩ବର୍ଷ ତଳେ ବିଜେପିରେ ଯୋଗ ଦେଇଥିବା ବାମ କହୁଛନ୍ତି ଦାମଙ୍କ କଥା ଭୁଲ୍ ।
୨୦୦୬ରେ ଡାକ୍ତରୀ ଚାକିରୀରୁ ଅବସର ନେବା ପରେ ରାଜନୀତିରେ ଯୋଗ ଦେଇଥିଲେ ବାମ । କିନ୍ତୁ ତାଙ୍କର ଅଭିଯୋଗ ତାଙ୍କ ବଡ ଭାଇ ଦାମଙ୍କ ପାଇଁ ସେ ରାଜନୀତିରେ ବେଶୀ ଆଗକୁ ଯାଇପାରିଲେ ନାହିଁ ।
ରାଜନୈତିକ ବୟାନବାଜି ପାଇଁ ବେଶ୍ ଜଣାଶୁଣା ଦାମଙ୍କୁ ଏଥର ଟକ୍କର ଦେବାକୁ ବାହାରିଛନ୍ତି ଭାଇ ବାମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-19h54m54s312.png)