ନେତାଗିରି ନା ଦାଦାଗିରି : ସଭାସ୍ଥଳରେ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା ବେଳେ ଗଣମାଧ୍ୟମ ଉପରେ ତାତିଲେ ଦାମ ରାଉତ

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନେତାଗିରି ନା ଦାଦାଗିରି । ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଶୋଭନୀୟ ଆଚରଣ । ଗଣମାଧ୍ୟମ ଉପରେ ଚିହିଁକି ଉଠିଲେ ଦାମ ବାବୁ । ଆଜି ରାଜଭବନ ଆଗରେ ବିଜେଡି ପକ୍ଷରୁ କେନ୍ଦ୍ର ବିରେଧୀ ଧାରଣାବେଳେ ହଠାତ ତାତି ଉଠିଲେ ଦାମ । କନକ ନ୍ୟୁଜ୍ , କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟା ନେଲାବେଳେ ହଠାତ ପ୍ରତିନିଧିଙ୍କୁ ଠେଲାପେଲା କରିଥିଲେ ଦାମ ।  ରାଗିପାଚି ପଂଚମ ହୋଇଛନ୍ତି ଦାମ ରାଉତ। ଖୁବ୍ କଡା ଭାଷାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଏହି ବୟଷ୍କ ଓ ବରିଷ୍ଠ ମନ୍ତ୍ରୀ । ଜଣେ ପୁରୁଖା ଓ ଅଭିଜ୍ଞ ନେତାଙ୍କର ଗଣମାଧ୍ୟମର କଂଠରୋଧ ଭଳି ଅଶୋଭନୀୟ ଆଚରଣ ସମସ୍ତଙ୍କୁ ଚକିତ କରିଛି । ପ୍ରଶ୍ନ ଉଠୁଛି ନିଜ ଦଳ ଭିତରେ ବାରମ୍ବାର ସମାଲୋଚନାର ଶିକାର ଓ ବିରୋଧର ସମ୍ମୁଖୀନ ହେଉଥିବା ଦାମ ରାଉତ ନିଜ ଉପରୁ ନିୟନ୍ତ୍ରଣ ହରାଇ ସାରିଛନ୍ତି କି ? କେତେବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ତ ଆଉ କେତେବେଳେ ସାମ୍ବାଦିକଙ୍କୁ ଠେଲାପେଲା ବିଜେଡି ନେତାଙ୍କ ହତାଶା ଭାବକୁ ଦର୍ଶାଉ ନାହିଁତ ।