ବିଜେଡିରେ ଅଛନ୍ତି ତିନି ଭୂତ : ଦାମୋଦର ରାଉତ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ବିବାଦୟୀ ବୟାନ ଦେଇଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଏଥର ଦାମଙ୍କ ଟାର୍ଗେଟରେ ଦଳୀୟ ନେତା । କହିଲେ ଦଳରେ ଅଛନ୍ତି ତିନି ଭୂତ । ଏମାନେ ହେଲେ ପ୍ରତାପ ଜେନା, ପ୍ରଭାତ ବିଶ୍ୱାଳ ଓ ବିଷ୍ଣୁଦାସ । ଏମାନେ ଭାଇଚାରାର ଅର୍ଥ ବୁଝନ୍ତି ନାହିଁ । ଏମାନେ ମତେ କଣ ପରାମର୍ଶ ଦେବେ । ବିଜୁଙ୍କ ସହ ନଥିବା ଲୋକମାନଙ୍କୁ ବିଜେଡିକୁ ଅଣାଯାଇଛି । ମୁଁ ସେମାନଙ୍କୁ କଟକ ରାଜନୀତିକୁ ଆଣିଥିଲି । ଆଜି ସେମାନେ ମତେ ପ୍ରଶ୍ନ କରୁଛନ୍ତି କଟକ ରାଜନୀତିରେ ଦାମ କିଏ ।

ସେପଟେ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । କହିଛନ୍ତି ଯଦି ଦାମଙ୍କ ମନରେ କୌଣସି ଅସନ୍ତୋଷ ଥିଲା , ତାହାଲେ ଦଳୀୟ ନେତାଙ୍କୁ ଜଣାଇବା ଉଚିତ ଥିଲା । ଦଳର ଉପସଭାପତିଭାବେ ସେ ବିଧାୟକ ବିରୋଧି ମନ୍ତବ୍ୟ ଦେବା ସମାଚୀନ ନୁହେଁ ।