କନକ ନ୍ୟୁଜର ଅପରେସନ ଗ୍ରୀନ ଘଟଣାରେ କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା : କହିଲେ, ଏଭଳି ବାଟମାରଣା ନେଇ ଅବଗତ ଅଛନ୍ତି ସରକାର, ୭ଦିନ ଭିତରେ ନେବେ କାର୍ଯ୍ୟାନୁଷ୍ଠାନ

36

କନକ ବ୍ୟୁରୋ : ଅପରେସନ ଗ୍ରୀନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତି, ଏ ଦୁର୍ନୀତି ନେଇ ୩ ମାସ ତଳୁ ତାଙ୍କ ପାଖରେ ଖବର ପହଂଚିଥିଲା । ତେବେ ଅପରେସନ ଗ୍ରୀନ ନେଇ ନିଶ୍ଚୟ ତଦନ୍ତ ହେବ ଏବଂ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି । ଏହା ସହ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାପଡିବ ବୋଲି ସେ କହିଛନ୍ତି ।

ଚାଷୀଙ୍କ ସ୍ୱାର୍ଥକୁ ବେଖାତିର କରି କେମିତି ଯୋଜନାର ବାଟକୁ ମୋଡ଼ି ଦିଆଯାଉଛି, ତାର ପୁରା ଆମ ହାତରେ ଲାଗିଛି । କେମିତି କୃଷି ଓ କୃଷକର ଭାଗ୍ୟବଦଳିବା ପରିବର୍ତେ ଅନ୍ଧକାରକୁ ଚାଲିଯାଉଛି, ଆଉ କିଛି ହଜାର ଟଙ୍କା ପାଇଁ ଆଖିବୁଜି ଆମ ସରକାରୀ ବାବୁମାନେ ଚାଷୀର ହକ୍କୁ ଅନ୍ୟ ହାତରେ ଟେକି ଦେଉଛନ୍ତି, ତାର ଖୁଲାସା କରିଛି ଅପରେସନ୍ ଗ୍ରୀନ୍ ।