ଗଣମାଧ୍ୟମରେ ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କ ତୁଳନା ନେଇ ଦାମ ଖପ୍ପା

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣମାଧ୍ୟମରେ ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ତୁଳନାକୁ ନେଇ ଖପ୍ପା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଦଳର ନେତା ନବୀନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ତୁଳନାକୁ ନେଇ ବର୍ଷଛନ୍ତି ଦାମ ବାବୁ । କହିଛନ୍ତି ନବୀନ ହେଉଛନ୍ତି ଜଣେ ଲୋକପ୍ରିୟ ନେତା ହେଲେ ଗୋଟିଏ ବି ନିର୍ବାଚନ ଜିତି ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଦୁଇ ନେତା ଆଦୌ ତୁଳନୀୟ ନୁହେଁ । ଦୁହିଁଙ୍କୁ ଯେଉମାନେ ତୁଳନା କରୁଛନ୍ତି ସେମାନଙ୍କ ବିଚାରବୋଧ ନାହିଁ ବୋଲି କଡା ଭାଷାରେ କହିଛନ୍ତି ଦାମ ।