ଦଲାଇଲାମାଙ୍କୁ ‘ହ୍ୟୁମାନିଟେରିଆନ୍ ସମ୍ମାନ’ ! କିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ ହେଲେ ତିବ୍ଦତୀୟ ଧର୍ମଗୁରୁ

31

କନକ ବ୍ୟୁରୋ : ଧର୍ମଗୁରୁଙ୍କୁ ସମ୍ମାନ । ତିବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଆଜି କିସ ପକ୍ଷରୁ ୧୦ମ ‘ହ୍ୟୁମାନିଟାରିଆନ ସମ୍ମାନ’ରେ ସମ୍ମାନିତ କରାଯାଇଛି । କିସ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ସମ୍ମାନ ପାଇବା ପରେ ଦଲାଇଲାମା କହିଛନ୍ତି, ସମ୍ମାନ ପାଇ ସେ ବହୁତ ଖୁସି । ଏକବିଂଶ ଶତାଦ୍ଦୀ ଶାନ୍ତିର ଶତାଦ୍ଦୀ ହେଉ ।

ଶାନ୍ତି କେଉଁଠୁ ଆସେ ନାହିଁ , ଏହା ନିଜ ଭିତରେ ରହିଛି । ଧର୍ମନିରପେକ୍ଷ ଶିକ୍ଷା ପାଠ୍ୟକ୍ରମରେ ରହିବା ଆବଶ୍ୟକ । ମୁଁ ମଧ୍ୟ ଏକ କୃଷକ ପରିବାରରୁ ଆସିଛି । ଆତ୍ମବିଶ୍ୱାସ ମୋତେ ଏଇଠି ଆଣି ପହଂଚାଇଛି । ଆତ୍ମବିଶ୍ୱାସ ରଖି ପରିଶ୍ରମ କଲେ ସମସ୍ତଙ୍କୁ ସଫଳତା ମିଳିବ । ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ଦଲାଇଲାମା ଏବେ ୩ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ।