କନକ ବ୍ୟୁରୋ : ଆସନ୍ତାକାଲିଠାରୁ କମିବ ଡାଲି ଦର । ଡାଲି ଜାତୀୟ ଦ୍ରବ୍ୟ ଉପରେ କିଲୋ ପ୍ରତି ୪ରୁ ୫ ଟଙ୍କା ପର୍ଯ୍ୟନ୍ତ କମିବ । ଡାଲି ଉପରେ ଲାଗୁଥିବା ଭାଟ୍ କୁ ସରକାର ୫ ରୁ ୧ ପ୍ରତିଶତକୁ କମାଇବା ପରେ କମିବ ଦର । ବର୍ତମାନ ଡାଲିର ହୋଲସେଲ ଦର ୧୨ ହଜାର ୮୦୦ ରହିଥିବାବେଳେ ଆସନ୍ତାକାଲିଠାରୁ ୧୨ ହଜାର ୩୫୦ ଦରରେ ବିକ୍ରି ହେବ । ରାଜ୍ୟରେ ବାର୍ଷିକ ୯ଲକ୍ଷ ୩ହଜାର ମେଟ୍ରିକ୍ ଟନ ଡାଲି ଆବଶ୍ୟକତା ରହିଥିବାବେଳେ ଓଡିଶାରୁ ୧ଲକ୍ଷ ୩ହଜାର ଉାଲି ଉତ୍ପାଦନ ହୋଇଥାଏ । ବଳକା ଡାଲି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତର ପ୍ରଦେଶରୁ ଆମଦାନି ହୋଇଥାଏ । ମଙ୍ଗଳବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଡାଲି ଓ ଡାଲି ଜାତୀୟ ଖାଦ୍ୟ ପଦାର୍ଥ ଉପରେ ଭାଟ୍ ୫ ପ୍ରତିଶତରୁ ୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଫଳରେ ଡାଲି ଦର କମିବା ନେଇ ସ୍ପଷ୍ଟ ହୋଇଯାଇଥିଲା ।
ଏହା ସହ ପୁଲିସ୍ କବଜାରେ ପପୁ ପମ୍ ପମ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/04/Dal.png)