ପ୍ରତିଦିନ ସକାଳେ ଅଧାଘଣ୍ଟା ଖରାରେ ବସିବା ଖୁବ୍ ଭଲ ! ହୃଦରୋଗ ଏବଂ ଆଣ୍ଠୁଗଣ୍ଠି ଭଳି ରୋଗରୁ ପାଇବେ ମୁକ୍ତି

95

ହୃଦରୋଗ ଓ ଆଣ୍ଠୁବାତ ଭଳି ରୋଗ ଏବେ ଅତି ସାଧାରଣ ସମସ୍ୟା ପାଲଟିଗଲାଣି । ହଜାର ହଜାର ଲୋକ ଏହି ରୋଗରେ ପୀଡ଼ିତ ହୋଇ ଅନେକ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଉଛନ୍ତି, କିନ୍ତୁ ଯଥାପୂର୍ବକ ଉପଶମ ମିଳୁ ପାରୁନାହିଁ । କିନ୍ତୁ ଏସବୁରୁ ରକ୍ଷା ପାଇବା ପାଇଁ ଏକ ସାଧାରଣ ବ୍ୟବସ୍ଥା ମଧ୍ୟ ରହିଛି । ଯାହା ବିନା ଖର୍ଚ୍ଚରେ ଏବଂ ଅତି ସହଜରେ ଉପଧମ ଦେଇପାରିବ । ତାହା ହେଉଛି ଭିଟାମିନ-ଡି । ଏହା ସ୍ମରଣ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଏକ ଅଧ୍ୟୟନ ମାଧ୍ୟମରେ ଜଣାପଡ଼ିଛିଯେ ଯଦି ଶରୀରରେ ଏହାର ଅଭାବ ହୋଇଥାଏ ତେବେ ଦୀର୍ଘ ମାନସିକ ବିକୃତି ଭଳି ସମସ୍ୟା ଦେଖା ଯାଇଥାଏ ।

ଭିଟାମିନ- ଡି ସୂଯ୍ୟକିରଣରୁ ମିଳିଥାଏ । ଛୋଟ ପିଲାଙ୍କ ଶରୀର ପାଇଁ ମଧ୍ୟ ଏହା ଖୁବ ଲାଭଦାୟକ । ଏହା ଦ୍ୱାରା ଶିଶୁଙ୍କର ହାଡ଼ ମଜବୁତ ହୋଇଥାଏ । ତେବେ ସକାଳର ଖରାରେ ଏହା ମିଳିଥାଏ । ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ ୩୦ରୁ ୪୦ ମିନିଟ ଖରା ସଂସ୍ପର୍ଶରେ ଆସିବା ଦ୍ୱାରା ଭିଟାମିନ ଡି ମିଳିଥାଏ । କିନ୍ତୁ ଧ୍ୟାନ ରଖିବା ଦରକାରଯେ ଶରୀରର ୪୦ ପ୍ରତିଶତ ସୂର୍ଯ୍ୟଙ୍କ ପ୍ରଭାବରେ ଆସିବା ଦରକାର । ତେବେ ଭିଟାମିନ ଡି ଗ୍ରହଣ କରିବା ଦ୍ୱାରା ହୃଦରୋଗ ଏବଂ ଆଣ୍ଠୁଗଣ୍ଠି ଆଦି ରୋଗରୁ ଉପଶମ ମିଳିଥାଏ ।