#ଡାହା ମିଛ। ଶାସ୍ତ୍ର ନୁହେଁ ଶସ୍ତ୍ର ବିଶ୍ୱାସୀ ମନ୍ତ୍ରୀଙ୍କ ପୁଅ। ଆତଙ୍କର ନାଁ ବଦ୍ରିଙ୍କ ପୁଅ !

#ଡାହା ମିଛ । ଗଣଶିକ୍ଷାମନ୍ତ୍ରୀଙ୍କ ଦବଙ୍ଗ ପୁଅ !

748

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲି । ମା’ର ଦର୍ଶନ ସରିବା ପରେ ସେଠାରୁ ବାହାରି ଆସିଲି । ଆଉ ଆନନ୍ଦପୁର ଛକରେ ଅଟକି ସେଠାରେଥିବା ଏକ ହୋଟେଲକୁ ଖାଇବାକୁ ଗଲି । ଖାଇବାକୁ ବସିଛି ଯେ ଶୁଣାଗଲା ଗୋଡା଼ଇ ଗୋଡ଼ାଇ ହାଣିବି, ଘରେ ପସି ହାଣିବି ଆଉ ଦରକାର ପଡ଼ିଲେ ଲୋକଙ୍କ ସାମ୍ନାରେ ବି ହାଣି ପକେଇବି । ମୋତେ ଲାଗିଲା କିଏ ଜଣେ କୌଣସି ଫିଲ୍ମର ଡାଇଲଗକୁ କହୁଛି କିନ୍ତୁ ବାରମ୍ବାର ଏଭଳି ଶୁଣାଯିବାରୁ ପ୍ରକୃତ କଥାଟା ଜାଣିବା ପାଇଁ ସେଠାକୁ ଗଲି । ଦେଖିଲି ଦଳେ ଲୋକଙ୍କ ମଧ୍ୟରେ ଏଭଳି ହଣାକଟା ମାରପିଟ୍ ର ଆଲୋଚନା ଚାଲିଥିଲା । କଥାଟା ଧିରେ ଧିରେ ବୁଝାପଡ଼ିଲା କାରଣ ତାଙ୍କ ସ୍ଥାନୀୟ ନେତା ବା ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ମାନଙ୍କ ବିଷୟରେ ଆଲୋଚନା କରୁଥିଲେ ।

ଦଳେ ଲୋକମାନଙ୍କ ମଧ୍ୟରୁ ଜଣେ ବାହାରି କହିଲା ଯେ, ଆଉ ଆନନ୍ଦପୁରରେ ଆନନ୍ଦ ନାହିଁ । କାରଣ କ୍ଷମତାରେ ବାପା ଅଛନ୍ତି ବୋଲି ପୁଅମାନେ ଆତଙ୍କ ଚଳାଇଛନ୍ତି । କେତେବେଳେ କାହାକୁ ଗୋଡ଼େଇ ଗୋଡ଼େଇ ହାଣୁଛନ୍ତି ତ କେତେବେଳେ ବିଚ୍ ରାସ୍ତାରେ ଲୋକଙ୍କ ସାମ୍ନାରେ ମରଣାତ୍ମକଭାବେ ଆକ୍ରମଣ କରୁଛନ୍ତି । ଲାଗୁଛି ଯେମିତି ଆଇନର ଆଖିରେ କଳାପଟି ବାନ୍ଧିକି ଏଭଳି କାଣ୍ଡ ଭିଆଉଛନ୍ତି । ଆଉ ଜଣେ ଭଦ୍ର ବ୍ୟକ୍ତି କହିଲେ ହେ ଛାଡ଼୍ ସାଙ୍ଗ, ମନ୍ତ୍ରୀଙ୍କ ବଡ଼ ପୁଅ କିଛି ଦିନ ତଳେ ଯାହା କଲା ତାର ପରିଣାମରେ ଗିରଫ ହୋଇ ଏବେ ଜେଲ ଦଣ୍ଡ ଭୋଗୁଛି । ହେଲେ ବଡ଼ ପୁଅ ଠାରୁ ସାନ ପୁଅ ତ ଆହୁରି ଡେଞ୍ଜର । ଦିବା ଆଲୋକରେ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ହାଣିବା ମନ୍ତ୍ରୀଙ୍କ ସାନ ପୁଅର ଗୁଣ୍ଡାଗର୍ଦ୍ଦିକୁ ପଦାରେ ପକାଇଛି ।

ଶେଷରେ ଜଣେ ଲୋକ ଯାହା କହିଲେ ତାଙ୍କ କଥା ଶୁଣି ଯିଏବି କେହି ଥରେ ଭାବିବାକୁ ମଜବୁର ହେବ । ବ୍ୟକ୍ତି ଜଣକ କହିଲେ, ଯେମିତି ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ସେମିତି ମନ୍ତ୍ରୀ ପୁଅଙ୍କୁ ବି ସାତ ଖୁନ୍ ମାଫ୍ । ସେ ଯାହାକୁ ଚାହିଁବେ ମାରିବେ ହାଣିବେ କାଟିବେ ସବୁ କରିବେ ତାଙ୍କ ପାଇଁ ସେ ସବୁ ବାଏଁ ହାତ୍ କା ଖେଲ୍ । ସେଥି ପାଇଁ ତ ତାଙ୍କ ପାଇଁ ଗୋଟେ ଛୋଟ ପଂକ୍ତି ଡେଡିକେଟ କରି କହିଲେ……

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଯେଉଁଭଳି ଭାବେ ଗତ କିଛିଦିନ ହେବ ଖୋଦ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅମାନଙ୍କର ଗୁଣ୍ଡାଗର୍ଦ୍ଦି ଚାଲିଛି ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ। ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫