କନକ ବ୍ୟୁରୋ: ହାତରେ କୋଦାଳ । ମୁଣ୍ଡରେ ପଗଡି । ଦେହରେ ଧଳା କୁର୍ତ୍ତା । ଝିପିଝିପି ବର୍ଷାରେ ବିଧାୟକ ଲାଗିପଡିଛନ୍ତି ରାସ୍ତା ମରାମତି କାମରେ । ତେବେ ଏହି ବିଧାୟକ ମହୋଦୟ ହେଉଛନ୍ତି ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକ ହେଲେ ମଧ୍ୟ ହାତରେ କୋଦାଳ ଧରି ମୋରମ ପକାଇ ରାସ୍ତାକୁ ଯାତାୟତ ଉପଯୋଗୀ କରିବାକୁ ଉଦ୍ୟମ କରିଛନ୍ତି ।ଝିପ୍ ଝିପ୍ ବର୍ଷାରେ ମୁଣ୍ଡରେ ପଗଡି ବାନ୍ଧି ହାତରେ କୋଦାଳ ଧରି କାଦୁଅ ମାଟି ରାସ୍ତାକୁ ସମତୁଲ କରିଥିଲେ ବିଧାୟକ ।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଲୋକଙ୍କ ନିକଟତର ହେବାକୁ । ଆଉ ଏହି ପ୍ରୟାସ ଆରମ୍ଭ କରି ଏପରି ଏକ ପଦକ୍ଷେପ ନେଇଛନ୍ତି ଡାବୁଗାଁ ବିଧାୟକ । ବର୍ଷା ଦିନରେ ଚାଷ ଜମିରେ କାମ କରୁଥିବା ମହିଳା ଶ୍ରମିକଙ୍କୁ ରେନ୍ କୋଟ ଓ କିଛି ଖାଦ୍ୟ ଦେବା ପାଇଁ ବାହାରିଥିଲେ ବିଧାୟକ । ଏଥିପାଇଁ ପାପଡାହାଣ୍ଡି ବ୍ଲକ କଂଟାସରରୁ ଜବାଗୁଡାକୁ ଯାଉଥିବା ବେଳେ ବାଟରେ ପଡିଥିଲା ଏପରି କାଦୁଅ ରାସ୍ତା । ଏହି ରାସ୍ତାରେ ଗାଡି ଯିବା ସମ୍ଭବ ହୋଇନଥିଲା ।
ଫଳରେ ବିଧାୟକ ନିଜେ ହାତରେ କୋଦାଳ ଧରି ରାସ୍ତାକୁ ଯାତାୟତ ଉପଯୋଗୀ କରିଥିଲେ । ନିକଟରେ ଥିବା ମୋରମ ଆଣି ବିଧାୟକ ନିଜେ ରାସ୍ତାକୁ ସମତୁଲ କରିବାକୁ ଲାଗିଥିଲେ । ରାସ୍ତା ମରାମତି କାମ ସାରିବା ପରେ ଚାଷ ଜମିକୁ ଯାଇ ମହିଳା ଶ୍ରମିକଙ୍କୁ ଭେଟିଥିଲେ ବିଧାୟକ ରନ୍ଧାରୀ । ସୂଚନା ଅନୁସାରେ ଡାବୁର୍ଗା ନିର୍ବାଚନ ମଣ୍ଡଳୀର ୧୦୫ଟି ଗାଁଆକୁ ନାହିଁ ପକ୍କା ରାସ୍ତା । ବିଶେଷ ଭାବରେ ମୈଦଲପୁର ପଂଚାୟତର ୨୦ଟି ଗାଆଁକୁ ଜମା ରାସ୍ତା ନଥିବା ତାଙ୍କ ନଜରକୁ ଆସିଛି । ଏବଂ ସେହି ରାସ୍ତା ଚିହ୍ନଟ କରି ଏବେ ମରାମତି ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିଧାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/MLA-1.jpg)
/kanak/media/post_attachments/wp-content/uploads/2019/07/2-9-300x193.jpg)
/kanak/media/post_attachments/wp-content/uploads/2019/07/3-4-300x194.jpg)