ଚର୍ଚ୍ଚାରେ ବଲିଉଡର ଦବଙ୍ଗ ଖାନ ! ଲୁଲିଆ ଓ କାଟ୍ରିନାଙ୍କ ସହ ଏକାଠି ନଜରରେ ଆସିଲେ ସଲମାନ

83

ବଲିଉଡ ଦବଙ୍ଗ ସଲମାନ ଖାନ୍ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ବର୍ତ୍ତମାନ କିନ୍ତୁ ତାଙ୍କ ଦୁଇ ଏକ୍ସ୍ ଗାର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ସଲମାନ । ସଲମାନ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ଲୁଲିଆ ବଂତୁର ଓ କାଟ୍ରିନା କୈଫଙ୍କ ସହିତ ଏକ ପାର୍ଟିରେ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ସଲମାନ, ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ତୃତୀୟ ବିବାହ ବାର୍ଷିକଉତ୍ସବରେ ଯୋଗଦେଇଥିଲେ । ଅର୍ପିତା ଓ ସ୍ୱାମୀ ଆୟୁଷ ଶର୍ମା ମୁମ୍ବାଇର ବାଂଦ୍ରାସି୍ଥତ ଘରେ ବିଶାଳ ପାର୍ଟିର ଆୟୋଜନ କରିଥିଲେ । ସଲମାନ ଓ ଲୁଲିଆଙ୍କ ବ୍ରେକଅପ ପରେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା । ଖବର ଅନୁସାରେ ଭିସା ଏକ୍ସପାରି ହୋଇଥିବାରୁ ଜୁଲିଆ ବିଦେଶରେ ଥିଲେ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ମୁମ୍ବାଇକୁ ଆସି ସଲମାନ ଖାନଙ୍କ ବାପାଓମା’ଙ୍କ ସହ ତାଙ୍କ ଭଉଣୀ ଘରେ ଆୟୋଜିତ ପାର୍ଟିରେ ଯୋଗଦେଇଥିଲେ ।

ଏହି ପାର୍ଟିରେ ସଲମାନ, କାଟ୍ରିନା ଓ ଲୁଲିଆଙ୍କ ବ୍ୟତୀତ ମଲାଇକା ଅରୋରା ଓ ତାଙ୍କ ଭଉଣୀ ଅମୃତା ଅରୋରା, ସୋହା ଅଲୀ ଖାନ, କୁନାଲ ଖେମୁ ଏବଂ ଦୀୟା ମିର୍ଜା ଭଳି ଅନେକ କଳାକାର ଉପସ୍ଥିତ ଥିଲେ । ଦୀୟା ମିର୍ଜା ତାଙ୍କ ସ୍ୱାମୀ ସାହିଲ ସାନ୍ଦା, ସେହିପରି ଅମୃତ ଅରୋରା ତାଙ୍କ ସ୍ୱାମୀ ଶକିଲ ଏଭଳି ଅନେକ ଯୋଡିଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମ ନିର୍ମାତା ସାଜିଦ୍ ନାଡିୟାଡବାଲା ତାଙ୍କ ପୁରା ପରିବାର ସହ ଏହି ପାର୍ଟିରେ ଯୋଗ ଦେଇଥିଲେ ।ଏହା ସଲମାନଙ୍କ ପାଇଁ ଦୁଇ ଦୁଇଟି ଖୁସିର ସୁଯୋଗ ଥିଲା । କାରଣ ୧୮ ନଭେମ୍ବର ସଲମାନଙ୍କ ବାପାମାଙ୍କର ମଧ୍ୟ ବିବାହ ବାର୍ଷିକ ହୋଇଥାଏ ।

ସଲମାନଙ୍କ ଭଉଣୀ ଅର୍ପିତା କିଛି ବର୍ଷ ତାଙ୍କ ସ୍ୱାମୀ ଆୟୁଷ ସହିତ ରିଲେସନସିପରେ ରହିଲା ପରେ ୧୮ ନଭେମ୍ବର ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହାଇଦ୍ରାବାଦର ପଂଚତାରାକା ହୋଟେଲରେ ଦୁହେଁ ପରସ୍ପରକୁ ସ୍ୱାମୀ ଓ ସ୍ତ୍ରୀଭାବେ ସ୍ୱୀକାର କରିଥିଲେ ଏବଂ ମାର୍ଚ୍ଚ ୨୦୧୬ରେ ତାଙ୍କ ପୁଅ ଆହିଲଙ୍କ ଜନ୍ମ ହୋଇଥଲା ।