ଆଗାମୀ ନିର୍ବାଚନ ପାଇଁ ସାଥି ଖୋଜୁଛି କଂଗ୍ରେସ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ଏକାଠି ଲଢିବେ ସିପିଆଇ, ସିପିଏମ, ଜେଏମଏମ ଓ କଂଗ୍ରେସ

ଆଗାମୀ ନିର୍ବାଚନରେ କଂଗ୍ରେସ ସହ ମେଂଟ କରିବାକୁ ନିରଂଜନଙ୍କ ସହ ସିପିଆଇ ଜାତୀୟ ସଂପାଦକଙ୍କ ଆଲୋଚନା

107

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ସାଥି ଖୋଜୁଛି କଂଗ୍ରେସ । ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଛୋଟ ରାଜନୈତିକ ଦଳଙ୍କ ସହ ମେଂଟ କରି ମୈଦାନକୁ ଓହ୍ଲାଇବ କଂଗ୍ରେସ ଦଳ । ଏହି କ୍ରମରେ ଓଡିଶା ଗସ୍ତରେ ଥିବା ସିପିଆଇ ଜାତୀୟ ସାଧାରଣ ସଂପାଦକ ଡି. ରାଜା ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆଗାମୀ ସାଧାରଣ ନିର୍ବାଚନରେ ସିପିଆଇ, ସିପିଏମ, ଜେଏମଏମ ଓ କଂଗ୍ରେସ ଏକାଠି ମିଶି ପ୍ରାର୍ଥୀ ଦେବେ ବୋଲି ବୁଝାମଣା ହୋଇଛି । ସିପିଆଇ, ସିପିଏମ୍‌ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ସହିତ ମିଶି ଆଗାମୀ ୨୦୧୯-ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ । ଏଥିପାଇଁ ସିପିଆଇ ନେତା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ବୈଠକ ହୋଇସାରିଛି । ସିପିଆଇ ୧୨ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ଦାବି କରିଛି । ଆସନ ବୁଝାମଣା ନେଇ ଆଲୋଚନା ହୋଇସାରିଛି ବୋଲି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡି.ରାଜା ।