କନକ ବ୍ୟୁରୋ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ତୀବ୍ରତର ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ‘ଭୀଷଣ ସାମୁଦ୍ରିକ ବାତ୍ୟା’ ପାଲଟି ପାରେ ବୋଲି ଇଣ୍ଡିଆ ମେଟେରୋଲଜିକାଲ୍ ଡିପାର୍ଡମେଣ୍ଟ୍ (ଆଇଏମ୍ଡି) କହିଛି । ଉତ୍ତର ତାମିଲନାଡୁ, ପଣ୍ଡୁଚେରୀ ଏବଂ ସନ୍ନିକଟ ଦକ୍ଷିଣ ଆନ୍ଧ୍ରପଦେଶ ଉପକୂଳରେ ବାତ୍ୟା ସତର୍କତା ଜାରି କରାଯାଇଛି।
ଏକ ପ୍ରେସ୍ ବିବୃତିରେ ଆଇଏମଡି ସତର୍କ କରାଇ ଦେଇଛି କି, ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବା ପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼ର ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ଅଗ୍ରସର ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ, ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତି କରିବା ବେଳେ ତାହା ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ନଭେମ୍ବର ୧୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ମଧ୍ୟସ୍ଥ କୁଡ୍ଡାଲୋର୍ (ତାମିଲନାଡୁ) ଏବଂ ଶ୍ରୀହରିକୋଟା ଅତିକ୍ରମ କରିବ।
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ସନ୍ଧ୍ୟାରେ ଦକ୍ଷିଣପୂର୍ବ ଏବଂ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ତୀବ୍ରତର ହୋଇ ଅବପାତ ପାଲଟିଥିଲା। ଏହା ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଯାଇ ତୀବ୍ର ହେବା ପରେ ଆଜି ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ଗାଜା’ରେ ପରିଣତ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/cyclone_647_073015122302_052917084446-1.jpg)
/kanak/media/post_attachments/wp-content/uploads/2018/11/734547-imd-gaja-970-300x169.jpg)
/kanak/media/post_attachments/wp-content/uploads/2018/11/350px-Luban_and_Titli_2018-10-10_0745Z–0926Z-300x169.jpg)