ମହାବାତ୍ୟାର ରୂପ ନେଉଛି ଅମ୍ଫାନ: ବାତ୍ୟା କେନ୍ଦ୍ର ସ୍ଥଳରେ ପବନର ବେଗ ଘଂଟା ପ୍ରତି ଛୁଇଁପାରେ ୨୫୫ କିମି; ଗଂଜାମ, ଚିଲିକା ଉପକୂଳ ସମତେ ୯ ଜିଲ୍ଲା ପାଇଁ ବଢିଲା ବିପଦ

8,231

କନକ ବ୍ୟୁରୋ: ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କଲା ସାମୁଦ୍ରକ ଝଡ ଅମ୍ଫାନ । ବର୍ତ୍ତମାନ ଏହା ପାରାଦୀପଠାରୁ ୭୯୦ କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୯୪୦ କିଲୋମିଟର ଦୂରରେ ରହିଛି । ତେବେ ଘଂଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି ଅମ୍ଫାନ । ଅତି ଭୀଷଣ ରୂପ ନେଲା ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଉଛନ୍ତି ବାତ୍ୟା ଅମ୍ଫାନ ।

ଆଉ କିଛି ସମୟ ମଧ୍ୟରେ ମହାବାତ୍ୟା ରୂପ ନେବାକୁ ଯାଉଛି ଅମ୍ଫାନ । ବାତ୍ୟା କେନ୍ଦ୍ର ସ୍ଥଳଈରେ ପବନର ବେଗ ଘଂଟା ପ୍ରତି ୨୪୦ କିଲୋମିଟର ରହିବ । ମାତ୍ର ମଝିରେ ମଝିରେ ପବନର ବେଗ ୨୫୫ କିଲୋମିଟର ଛୁଇଁପାରେ ପବନର ବେଗ । ବର୍ତ୍ତମାନ ଗଂଜାମ, ଚିଲିକା ଉପକୂଳ ସମତେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ପାଇଁ ବିପଦ ବଢିଯାଇଛି ।

ସେପଟେ ଆଜି ସଂଧ୍ୟା ସଢେ ୫ଟାରୁ ଏହା ଆସନ୍ତାକାଲି ସକାଳ ସାଢେ ୫ଟା ଯାଏଁ ମହାବାତ୍ୟା ରୂପ ନେଇ ସମୁଦ୍ରକୁ ଗୁରାଣ୍ଡିବ ଅମ୍ଫାନ । ତେବେ ବଡ କଥା ହେଉଛି ଅତି ଭୀଷଣ ଅବସ୍ଥାରେ ହିଁ ଅମ୍ଫାନ ସ୍ଥଳଭାଗକୁ ଛୁଇଁବାକୁ ଯାଉଛି । ଯେତେବେଳେ କି ପବନର ବେଗ ୧୬୫ କିଲୋମିଟରରୁ ଅଧିକ ରହିଥିବ । ତେବେ ବାତ୍ୟା ପ୍ରଭାବରେ ଓଡିଶା ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଂଚିବ । ବାତ୍ୟାର ବଳୟ ବର୍ତ୍ତମାନ ବଢିବାରେ ଲାଗିଛି ।