ଆଉ କିଛି ସମୟ ମଧ୍ୟରେ ପହଂଚିବ ବାତ୍ୟା ‘ବାୟୁ’ : ଗୁଜରାଟରେ ସେନା ମୁତୟନ, ମୁମ୍ବାଇରେ ଉଚ୍ଚ ଜୁଆର ଆଶଙ୍କା

138

କନକ ବ୍ୟୁରୋ : ଗୁଜରାଟ ଉପକୂଳ ଛୁଇଁ ଚାଲିଯିବ ‘ବାୟୁ’ । ଗୁଜରାଟ ଉପରୁ ଟଳିଲା ବାତ୍ୟା ବିପଦ । ସୌରାଷ୍ଟ ସମୂଦ୍ର ଦେଇ ବାତ୍ୟା ଗତି କରିବ ବୋଲି ଜଣାପଡିଛି । ତେବେ ଏହାର ଭୟାବହତାକୁ ଦେଖି ଏଜେନ୍ସି ଗୁଡିକ ହାଇ ଆଲର୍ଟରେ ଅଛନ୍ତି । ଗୁରୁବାର ସକାଳେ ଆଶ୍ୱସ୍ଥ୍ିକର ଖବର ଆସିଛି କି ବାୟୁର ପ୍ରଭାବ ପୁରା ରାଜ୍ୟରେ ହେବନି ବରଂ ଉପକୂଳବର୍ତ୍ତୀ ଅଂଚଳରେ ଦେଖିବାକୁ ମିଳିବ । ସମୁଦ୍ରକୂଳରେ ମାଛ ଧରାଳୀଙ୍କୁ କୂଳରୁ ହଟିବାକୁ କୁହାଯାଇଛି । କୌଣସି ଅଘଟଣର ସାମନା କରିବା ପାଇଁ ଏନଡିଆରଏଫର ୫୨, ଏସଡିଆରଏଫର ୯, ଏସଆରପିର ୧୪ କମ୍ପାନୀ ମୁତୟନ ଅଛନ୍ତି । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରାକର ସହ ମିଶି କାମ କରୁଛନ୍ତି ।

ଗୁଜରାଟରେ ବାତ୍ୟା ବାୟୁ ଆସିବାର ସମ୍ଭାବନା ଅଛି । ଏହା ମଧ୍ୟରେ ମୁମ୍ବାଇରେ ହାଇଆଲର୍ଟ ଅଛି । ସୂଚନାଯୋଗ୍ୟ, ମୁମ୍ବାଇରେ ପାଖାପାଖି ୩.୮୩ ମିଟର ଉଚ୍ଚ ଜୁଆର ଉଠିପାରେ ।