କନକ ବ୍ୟୁରୋ : କ୍ୟାଂଟ ଗତିପଥ ବଦଳାଇଛି । ଓଡ଼ିଶା ଉପକୂଳ ମୁହାଁ ହୋଇପାରେ କ୍ୟାଂଟ । ଏହାର ସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବି କ୍ୟାଂଟ ଓଡ଼ିଶା ମୁହାଁ ହେବାର ଯଥେଷ୍ଟ ଆଶଙ୍କା ରହିଛି । ୨୭ତାରିଖରେ ଏହା ଉତର-ପଶ୍ଚିମ ବଙ୍ଗୋପସାଗରରେ ପହଂଚିବାର ଅନୁମାନ କରାଯାଉଛି । କ୍ୟାଂଟ ଏବେ ୬କିଲୋମିଟର ପ୍ରତି ଘଂଟା ବେଗରେ ଗତି କରୁଛି ।
ବର୍ତମାନ ଏହା ଉତର-ଉତର ପଶ୍ଚିମ ପୋର୍ଟ ବ୍ଲେୟାରଠାରୁ ୫୭୦କିଲୋମିଟର ଏବଂ ପଶ୍ଚିମ-ଦକ୍ଷିଣ ପଶ୍ଚିମ ୟାଙ୍ଗନ ଠାରୁ ୪୧୦କିଲୋମିଟର ଦୂରରେ ଥିବା ଆଇଏମଡି ସୂଚନା ଦେଇଛି । ଗୋପାଳପୁର ଉପକୂଳ ଠାରୁ ୮୭୫କିଲୋମିଟର ଦୂରରେ ରହିଛି । ତେବେ ଏହା ନିର୍ଦ୍ଦିଷ୍ଟ କେଉଁ ଉପକୂଳରେ ସ୍ଥଳ ଭାଗକୁ ଛୁଇଁବ ନା କଡେ କଡେ ଗତି ବଦଳାଇବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହା ଫାଇଲିନ ଓ ହୁଡହୁଡ ପରି ସେତେଟା ପ୍ରଭାବ ପକାଇବନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/2016_10largeimg25_Oct_2016_055838697.jpg)