କନକ ବ୍ୟୁରୋ : ସାରା ଓଡ଼ିଶା ପ୍ରବଳ ଖରାରେ ଜଳୁଥିବାବେଳେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଏବଂ ଭାରତ ମହାସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଏବେ ଶ୍ରୀଲଙ୍କାର ଦକ୍ଷିଣରେ ୱେଲମାର୍କ ସ୍ଥିତିରେ ଥିବାବେଳେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଏପରିକି ଲଘୁଚାପ ବାତ୍ୟାର ରୂପ ନେଲେ ବି ଏହାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିପାରେ। ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ବାସ କହିଛନ୍ତି, ଲଘୁଚାପ ଏବେ ସୁଦ୍ଧା ବାତ୍ୟାର ରୂପ ନେଇନି। ଏହା ବାତ୍ୟାର ରୂପ ନେଲେ ଏପ୍ରିଲ ୨୯ରୁ ୩୦ତାରିଖ ଭିତରେ ତାମିଲନାଡୁ ଉପକୂଳରେ ବର୍ଷା ହେବ।
/kanak/media/post_attachments/wp-content/uploads/2018/12/Cyclone-Petha-kMnF-621x414@LiveMint.jpg)
ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାର ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ତାପାମାତ୍ରା ଅଧିକ ରହିବ। ଶନିବାରଠାରୁ କିନ୍ତୁ ୨ରୁ ୩ଡିଗ୍ରି ତାପମାତ୍ରା କମିଯିବ। ୨ତାରିଖଯାଏଁ ସ୍ଥିତି ଅପରିବର୍ତ୍ତିତ ରହିବ। ୩ତାରିଖରୁ ପାଗରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ଅଛି।
/kanak/media/post_attachments/wp-content/uploads/2017/12/cyclone.jpg)