କନକ ବ୍ୟୁରୋ : ଆସୁଛି ବାତ୍ୟା ଫାନି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଉଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେଇପାରେ । ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆସନ୍ତା ୩୦ ଓ ୧ ଦୁଇ ଦିନ ଧରି ପ୍ରବଳ ବର୍ଷା ସହ ଭୀଷଣ ପବନ ବହିପାରେ ।
ବାତ୍ୟା ଫାନି ତାମିଲନାଡୁ ଉପକୂଳ ଛୁଇଁବାକୁ ଥିବା ବେଳେ ଓଡିଶାରେ ଏହାର ସେମିତି ବିଶେଷ ପ୍ରଭାବ ପଡିବନି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଗତବର୍ଷ ହୋଇଥିବା ବାତ୍ୟା ତିତଲିରେ ଓଡିଶାରେ ଧନଜୀବନ ନଷ୍ଟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/FANI.jpg)