ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଆକାଶମାର୍ଗରୁ ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହ କରିବେ ସମୀକ୍ଷା ।

224

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିବାକୁ ଓଡିଶାରେ ପହଞ୍ଚିଲେ ମୋଦି । ଆକାଶରୁ ଦେଖିବେ ସ୍ଥିତି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ବିମାନବନ୍ଦରରେ ଉପସ୍ଥିତ ଥିଲେ ।

ତେବେ ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ପ୍ରଧାନମନ୍ତ୍ରୀ । ଅମ୍ଫାନ ପ୍ରଭାବିତ ଅଞ୍ଚଳର ସ୍ଥିତି ଆକାଶମାର୍ଗରୁ ଦେଖିବାକୁ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିପକ୍ଟରରେ ଗଲେ । ସ୍ଥିତି ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ଉତ୍ତର ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ହେଲିକପ୍ଟରେ ଗଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ । ଆଜି ପୁଣି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । କାଲି ମୁଖ୍ୟମନ୍ତ୍ରୀ ସ୍ଥିତି ଦେଖିଥିଲେ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ସହ ଦେଖିବେ । ଅମ୍ଫାନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଦେଖିବା ବେଳେ ମୋଦି-ନବୀନଙ୍କ ମଧ୍ୟରେ କିଛି ଆଲୋଚନା ମଧ୍ୟ ହୋଇପାରେ । ତେବେ ସମୀକ୍ଷା ପରେ ଓଡିଶାକୁ କେଉଁ ଭଳି ପ୍ୟାକେଜ ଦେଉଛନ୍ତି ତାହା ଅପେକ୍ଷା ରହିଲା । କାରଣ ପଶ୍ଚିମବଙ୍ଗ ସ୍ଥିତି ଦେଖିବା ପରେ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି ।