ସାଇକେଲ ମରାମତି କରି ପୋଷୁଥିଲେ ପରିବାରର ପେଟ, ଆଜି ଆଇଏଏସ୍ ଅଧିକାରୀ ଅଛନ୍ତି ବରୁଣ

୮ବର୍ଷର କଠିନ ପରିଶ୍ରମ ପରେ ବରୁଣ ପରିଶେଷରେ ୟୁପିଏସସି ପରୀକ୍ଷାରେ ୩୨ ତମ ସ୍ଥାନ ହାସଲ କଲେ ।

1,808

ସପନରେ କେବେ ଭାବିନଥିଲେ କି ସେ ଏତେ ଦୂର ଆସିବେ ବୋଲି । ତାଙ୍କୁ ଲାଗୁଥିଲା କେବଳ ସାଇକେଲ ମରାମତି କରିବା ହିଁ ତାଙ୍କ ଭାଗ୍ୟରେ ଅଛି । ବାପାଙ୍କ ନିଧନ ପରେ ଆର୍ଥିକ ସମସ୍ୟା ସହିତ ଲଢ଼ି ଏହି ସ୍ଥାନକୁ ପହଂଚିଛନ୍ତି । ମହାରାଷ୍ଟ୍ରର ଏକ ଛୋଟ ସହର ବୋଇସାରରେ ରହୁଥିବା ବରୁଣ ବରନବାଲ ପାଇଁ ସମୟ ବହୁତ କଷ୍ଟଦାୟକ ଥିଲା । ପିତାଙ୍କ ପଙ୍କଚର ଦୋକାନ ଥିଲା, ଯାହାଦ୍ୱାରା ତାଙ୍କ ଘର ବହୁତ ମୁସ୍କିଲରେ ଚାଲୁଥିଲା ।

ବରୁଣ ଯେତେବେଳେ ଦଶମ ଶ୍ରେଣୀରେ ଥିଲେ, ସେତେବେଳେ ତାଙ୍କ ପିତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହି କାରଣରୁ ତାଙ୍କ ପରିବାର ବିଚ୍ଛିନ୍ନ ହୋଇଗଲା । ପରିବାରରେ ସବୁଠାରୁ ବଡ ହୋଇଥିବା କାରଣରୁ ସମସ୍ତ ଦାୟିତ୍ୱ ବରୁଣଙ୍କ ଉପରକୁ ଆସିଗଲା । ବରୁଣ ପିତାଙ୍କ କାମ ସମ୍ଭାଳିଲେ । ସେ ବହିପତ୍ରରୁ ଦୂରେଇ ଗଲେ ଓ ସାଇକେଲ ମରାମତି ଦୋକାନ ସମ୍ଭାଳିଲେ । ତଥାପି ବି ତାଙ୍କ ମନ ପାଠପଢ଼ାରେ ରହୁଥିଲା । ଦଶମ ଶ୍ରେଣୀରେ ପୁରା ସହରରେ ଦ୍ୱିତୀୟ ସ୍ଥାନ ହାସଲ କଲେ । ହେଲେ ଟଙ୍କା ଅଭାବରୁ ସେ ଆଗକୁ ପଢ଼ି ପାରିନଥିଲେ । ପାଠପଢ଼ାରେ ନିଷ୍ଠା ଦେଖି ତାଙ୍କ ପରିଚିତ ଡାକ୍ତର ଜଣେ ତାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇଲେ । ଇଂଜିନିୟରିଂ ପାସ୍ କରିବା ପରେ ବରୁଣ ୟୁପିଏସସି ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କଲେ । ଜଣେ ସଜ୍ଜନ ବ୍ୟକ୍ତି ତାଙ୍କ ଇନଷ୍ଟିଚ୍ୟୁଟରେ ନା କେବଳ ମାଗଣାରେ ପାଠ ପଢ଼ିବା ପାଇଁ ସୁଯୋଗ ଦେଲେ ବରଂ ପାର୍ଟ ଟାଇମ୍ ଜବ୍ ବି ଦେଲେ । ୮ବର୍ଷର କଠିନ ପରିଶ୍ରମ ପରେ ବରୁଣ ପରିଶେଷରେ ୟୁପିଏସସି ପରୀକ୍ଷାରେ ୩୨ ତମ ସ୍ଥାନ ହାସଲ କଲେ ।