ଶିଶୁଭବନ ୱେବସାଇଟ୍ ହ୍ୟାକ୍ : ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ

51

କଟକ : କଟକ ଶିଶୁଭବନର ୱେବ୍ସାଇଟ୍ ହ୍ୟାକ୍ । ବାଙ୍ଗଲାଦେଶୀ ଡାର୍କ ହ୍ୟାକର ଗୋଷ୍ଠି ୱେର୍ବସାଇଟକୁ ହ୍ୟାକ୍ କରି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି । ଏଥିରେ ଶିଶୁଭବନର ସମସ୍ତ ତଥ୍ୟ ଗାଏବ ହୋଇଯାଇଛି । ଏବଂ ହ୍ୟାକରଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ବାଙ୍ଗଲାଦେଶୀ ପତାକା ଓ ଗୀତ ବାଜୁଥିବା ଦେଖିବାକୁ ମିଳୁଛି ।

ହୋମ୍ ପେଜରେ କଳା ରଙ୍ଗର ପୃଷ୍ଠା ଆସିବା ସହିତ ଡିଷ୍ଟ୍ରିକ୍ଟରେ ଦୀପୁ ନାମକ ହ୍ୟାକର ୱେବସାଇଟ୍ ହ୍ୟାକ କରିଥିବା ଉଲ୍ଲେଖ ଅଛି । ପେଜ୍ ମଝିରେ ଭାରତ ବିରୋଧରେ ଆପତିଜନକ ମନ୍ତବ୍ୟ ଓ ବାଙ୍ଗଲାଦେଶୀଙ୍କ ଶକ୍ତିକୁ ଅନୁମାନ କରିବାକୁ ଆହ୍ୱାନ ଦିଆଯାଇଛି । ହ୍ୟାକରଙ୍କ ରାସ୍ତାରୁ ଦୂରେଇ ଯିବାକୁ ଚେତାବନୀ ଦିଆଯାଇଛି ।

ଏସମ୍ପର୍କରେ ଶିଶୁଭବନ ପ୍ରଶାସନିକ ଅଧିକାରୀ କହିଛନ୍ତି ଆଜି ୱେବସାଇଟ୍ ହ୍ୟାକ୍ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ । ତା ପରେ କ୍ରାଇମବ୍ରାଂଚର ସାଇବର ସେଲରେ ଅଭିଯୋଗ କରାଯିବ । ଏହାକୁ ମିଶାଇ ଚଳିତ ବର୍ଷ ରାଜ୍ୟରେ ୮ଟି ସରକାରୀ ୱେବସାଇଟ୍ ହ୍ୟାକ ହୋଇଥିବା ଜଣାପଡିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –