କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ପାଇଁ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ବିଳମ୍ବିତ ରାତିରେ ଗିରଫ କଲା ପୁଲିସ

48

କନକ ବ୍ୟୁରୋ : କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ଘଟଣାରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ଗିରଫ କରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ତାଭ୍କ ଘରେ ପହଂଚି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହାସହ ୪ଜଣ କର୍ପୋରେଟର ଓ ୨୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ବି ଗିରଫ କରାଯାଇଛି । ମଙ୍ଗଳବାର ଦିନ ପୁରୀ ଘାଟ ଥାନାରେ ତୁମୁଳକାଣ୍ଡ କରିଥିଲେ କଂଗ୍ରେସକର୍ମୀ । ଜଣେ ୱେରଂଟିଙ୍କୁ ଗିରଫ କରିବାକୁ ନେଇ ଉତେଜନା ଦେଖାଦେଇଥିଲା । ଏହି ମାମଲାରେ ପୁଲିସ ମହମ୍ମଦ ମୋକିମଙ୍କୁ ଗିରଫ କରିଛି । ତେବେ ମୋକିମ ଗିରଫ ହେବାପରେ ବର୍ତ୍ତମାନ ସମୟରେ କେଉଁ ସ୍ଥାନରେ ଅଛନ୍ତି ତାହା ଜଣାପଡିନାହିଁ ।

 

 ତେବେ ଗତ ମଙ୍ଗଳବାର ପୁରୀଘାଟ ଥାନରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଛନ୍ତି ମୋକିମ । ସେବି ସମୟରେ ଜଣେ ୱାରେଣ୍ଟିକୁ ଗିରଫ କରିବାକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ତେବେ ମୋକିମ ଗିରଫ ହେବାପରେ ସେଠାରେ କଂଗ୍ରେସ କର୍ମୀମାନେ ପାଟିତୁଣ୍ଟ କରିବା ସହ ଗିରଫକୁ ବିରୋଧ କରିଥିଲେ । ଗିରଫ ହେବାପରେ ମୋକିମ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକରେ ପୋଲିସ ଲୋକମାନଙ୍କ ସହ ଯେପରି ଭାବରେ ରହିବା କଥା ତାହା ରଖିନାହିଁ । ଏପରିକି ଜଣେ ଓକିଲଙ୍କୁ ରାଜରାସ୍ତାରେ ପୋଲିସ ନିସ୍ତୁକ ମାଡ ମାରିଥିଲେ । ଏହାସହ ରାତିଅଧରେ କଂଗ୍ରେସର ଜଣେ ମହିଳା କର୍ପୋରେଟରଙ୍କୁ ଥାନାରେ ଆଣି ଖରାପ ବ୍ୟବହାର ଦେଖାଇବା ଭଳି କାମ ହୋଇଛି । ତେବେ ଏହା ଜଣା ପଡିବା ପରେ ଆମେ ମାନେ ଆନ୍ଦୋଳନ କରିଥିଲୁ । ସେଥିପାଇଁ ମତେ ଗିରଫ କରାଯାଇଛି । ତେବେ ଲୋକମାନେ ଏହାର ସଠକ ଜବାବ ଦେବେ ବୋଲି ମୋକିମ କହିଛନ୍ତି ।