କନକ ବ୍ୟୁରୋ: ଭୁବନେଶ୍ୱର, ଭଦ୍ରକ ଟାଉନ ପରେ ଏବେ କଟକ ସହର ସଟଡାଉନ ଘୋଷଣା । ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । କଟକରେ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ସପୂର୍ଣ୍ଣ ସଟଡାଉନ୍ କରାଯାଇଛି । କରୋନା ଚେନକୁ ଭାଙ୍ଗିବା ପାଇଁ ୪୮ ଘଂଟିଆ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଭୁବନେଶ୍ୱର ଓ ଭଦ୍ରକରେ ସର୍ଟ-ଡାଉନ୍ ଘୋଷଣା ହୋଇଥିବାବେଳେ କଟକରେ ୬ଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକରେ ବି ୪୮ ଘଂଟିଆ ସଟ୍-ଡାଉନ୍ ବା କର୍ଫ୍ୟୁ ଘୋଷଣା ହୋଇଛି ।
In view of the fact that one resident of Cuttack has been found positive for Covid -19 Cuttack city is being included under Shut down for 48 hours from 8 PM from today till 8 PM of Sunday . We will use the time for aggressive contact tracing . Details will be released soon .
— ChiefSecyOdisha (@SecyChief) April 3, 2020
ଆଜି ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକରେ ବୋଲି ସୂଚନା ମିଳିଛି ଏବଂ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
6th COVID positive case of the State detected in Cuttack with recent travel history to Delhi.
— H & FW Dept Odisha (@HFWOdisha) April 3, 2020
ଏପଟେ, ଭୁବନେଶ୍ୱର ଓ ଭଦ୍ରକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ ବୋଲି କହିଛନ୍ତି ସରକାର । ଅର୍ଥାତ୍ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ ଲାଗି ରହିବ କର୍ଫ୍ୟୁ । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯିବ । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରହିବ । ତେବେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । ଏହାସହ ଏହି ସମୟରେ ଲକଡାଉନରେ ମିଳିଥିବା କୌଣସି ପାସ୍ କାମ କରିବ ନାହିଁ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି।