ବିଶ୍ୱାସ କୁହନ୍ତୁ ଅବା ଚମତ୍କାର…ରୋଗ ଭଲ କରୁଛି କ୍ଷୀରି ଭୋଗ ! କଟକରେ ଆଜମା ପାଇଁ ମହୋଷଧି ସାଜିଛି କ୍ଷୀରି

ପୂଜକଙ୍କ ଦାବି , ଚନ୍ଦ୍ର ପୂଜା ପରେ କ୍ଷୀରି ଖାଇଲେ ଭଲ ହେଉଛି ରୋଗ; ହେତୁବାଦୀ କହିଲେ ଏହା କେବଳ ମନର ଭାବନା

1,096

କନକ ବ୍ୟୁରୋ: ବିଶ୍ୱାସ କୁହନ୍ତୁ ଅବା ଚମତ୍କାର । ଶ୍ୱାସ ରୋଗ ଭଲ କରୁଛି କ୍ଷୀରି ଭୋଗ । କଟକ ବକ୍ସିବଜାର ମଣିସାହୁ ମଠରେ ବିଳମ୍ବିତ ରାତିରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଜମିଛି ଏହି କ୍ଷୀରି ଭୋଗ ପାଇବା ପାଇଁ । ବିଶ୍ୱାସ ରହିଛି,  ଚନ୍ଦ୍ର ପୂଜା ପରେ ପ୍ରସ୍ତୁତ ହୋଇଥିବା ଏହି କ୍ଷୀରି ଖାଇଲେ ଶ୍ୱାସ, ଆଜମା ଭଲି ରୋଗ ଭଲ ହେଉଛି ।

ଏହି ଦାବି କରିଛନ୍ତି ପୂଜକ ପ୍ରଦେଶ କୁମାର ଅଗ୍ରୱାଲ । ତାଙ୍କ କହିବା କଥା ହେଉଛି ଚନ୍ଦ୍ରର ୧୬ କଳାରୁ ଅମୃତ କଳା ପୂର୍ଣ୍ଣିମା ଦିନ ପ୍ରାପ୍ତ ହୁଏ । ତେଣୁ ଏହି କ୍ଷୀରି ଖାଇଲେ ଶ୍ୱାସ ଓ ଆଜମା ଭଳି ରୋଗ ଭଲ ହୁଏ । ଏହି ବିଶ୍ୱାସରେ ପ୍ରତିବର୍ଷ ପୂର୍ଣ୍ଣିମାରେ ଏଠାରେ ଲୋକଙ୍କ ଭିଡ ଜମୁଛି । ଅନ୍ୟପକ୍ଷରେ ହେତୁବାଦୀଙ୍କ କହିବା ହେଲା, ଏହା ମନର ଏକ ଭାବନା । ଏହାକୁ କୌଣସି ମେଡିସିନ ବୋଲି ଧରି ନେବା ଠିକ ନୁହେଁ ।