ବୌଦ୍ଧ ଜିଲ୍ଲାର ନିଆରା ପରମ୍ପରା ଅଶ୍ଲୀଳ ଯାତ୍ରା ! ଲୋକଙ୍କ ବିଶ୍ୱାସ ଏହି ପର୍ବକୁ ଅଶ୍ଲୀଳ ନକହିଲେ ଗାଁର ହୁଏ ଅମଙ୍ଗଳ । 

ବର୍ଷରପ୍ରଥମ ଅମଳକୁ ଚୂଡା ରୂପରେ ଅର୍ପଣ କରନ୍ତି ଗ୍ରାମବାସୀ । ଅଶ୍ଳୀଳ ଭିତରେ ବି ଲୁଚି ରହିଛି ଆଧ୍ୟାତ୍ମିକତା । 

2,581
କନକ ବ୍ୟୁରୋ: ବର୍ଷରପ୍ରଥମ ଅମଳକୁ ଚୂଡା ରୂପରେ ଅର୍ପଣ କରନ୍ତି ଗ୍ରାମବାସୀ । ଅଶ୍ଳୀଳ ଭିତରେ ବି ଲୁଚି ରହିଛି ଆଧ୍ୟାତ୍ମିକତା । ଅଶ୍ଳୀଳ ବୋଲି  ନବୋଲିଲେ   ଗାଁରେ ଅମଙ୍ଗଳ ହୁଏ । ଏଭଳି ଏକ ଅନ୍ଧବିଶ୍ୱାସ ପର୍ବଟି  କାହିଁ କୋଉ ଆବାହନ କାଳରୁ ପାଳିତ ହୋଇଆସୁଥିବା ବେଳେ  ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ଙ୍କ ସମେତ ଗ୍ରାମ ର ସମସ୍ତ ବୃଦ୍ଧ ବୃଦ୍ଧା ମସଗୁଲ ହୋଇଥାନ୍ତି ଏହି ଅଶ୍ଳୀଳ ଯାତ୍ରାରେ   । ଆଧୁନିକତାର  ଛାପରେ  ଏବେ ବି ବଞ୍ଚି ରହିଛି ବୌଦ୍ଧ ଜିଲ୍ଲାର  ଏହି ନିଆରା ପରମ୍ପରା ଚୂଡା ଖାଇ ଯାତ୍ରା  ।
ମହାନଦୀ ଚତୁଃପାଶ୍ୱର୍ ପରିବେଷ୍ଟିତ ବୌଦ୍ଧ ଏନ.ଏ.ସି. ଅନ୍ତର୍ଗତ ଦୁଇ ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥାଏ ମର୍ଜାକୁଦ ଦ୍ୱୀପ ।  ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ପୁର୍ଣ୍ଣିମା ଦିନ ପାଳିତ ହୋଇଥାଏ ଏହି ଚୂଡାଖାଇ ଯାତ୍ରା ବା ସତୀକନ୍ୟା ଯାତ୍ରା । ଗାଁ ମୁଣ୍ଡରେ ଥିବାଦ୍ୱୀପର ଅଧିଷ୍ଠାତ୍ରୀ ଦେବୀ  ମା ସତୀ କନ୍ୟାଙ୍କ ଠାରେ ଏହି ପୂଜା ବିଶେଷ ଭାବେ ପାଳିତ ହୋଇଥାଏ ନାରୀମାନଙ୍କ ଦ୍ୱାରା  । ଅଧିଷ୍ଠାତ୍ରୀ  ଦେବୀ  ମା ସତୀକନ୍ୟାଙ୍କ ପୂଜା ରିତୀନିତୀ ସଂର୍ମ୍ପୂଣ୍ଣ ସ୍ୱତନ୍ତ୍ର । ମା ଜଣେ କୁମାରୀ କନ୍ୟା ହୋଇଥିବା ହେତୁ ଚୁଡି ,ଶାଢୀ  ସିନ୍ଦୁର, କଜ୍ଜଳ , ମାଇ କୁକୁଡା ଏବଂ ମାଈ ଛେଳି ସାଙ୍ଗକୁ  ନଡିଆ, ଉଖୁଡା, ଖିରି, ପିଠା, ଭୋଗ ଲାଗି   ହୋଇଥାଏ ମା’ଙ୍କ ଠାରେ  । ଗ୍ରାମର ଦେହୁରୀ ଙ୍କ ଘରେ ବର୍ଷ ସାରା ପୂଜା ପାଇଆସୁଥିବା ଏହି ମା ସତୀକନ୍ୟାଙ୍କ ପୀଠରେ କେବଳ ଗୋଟିଏ ଦିନ ଗାଁ ମୁଣ୍ଡରେ ଥିବା ପୀଠରେ  ପୂଜା ଅନୁଷ୍ଠିତ ହୋଇଥାଏ ।    ଏହି ଯାତ୍ରାକୁ ଅବମାନନା କଲେ କିମ୍ବା  ପର୍ବ ପାଳନ ନକଲେ ଗାଁରେ ବିଭିନ୍ନ ପ୍ରକାର ଅନିଷ୍ଠ ହୋଇଥାଏ ବୋଲି  ଦ୍ୱୀପବାସୀ ଙ୍କ ବିଶ୍ୱାସ ରହିଛି ।
ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଅଶ୍ଲୀଳ ବୋଲି ହୋଇଥିବାବେଳେ ଏହାକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏହି ନିଆରା ଯାତ୍ରା କୁ ଦେଖିବାକୁ । ଗ୍ରାମର ଦେହୁରୀ ଘରୁ ମା ସତୀକନ୍ୟା ପାରମ୍ପାରିକ ରିତୀରେ ଏକ ଭାର (ଟୋକେଇ) ସାହାର୍ଯ୍ୟରେ ଗାଁ ମୁଣ୍ଡରେ ଥିବା ନିଜ ପୀଠକୁ ଯାଉଥିବା ବେଳେ ଆଗେ ଆଗେ ଢୋଲ, ମୃଦଙ୍ଗ, ନିଶାଣ ର ତାଳେ ତାଳେ ଅଶ୍ଲୀଳ ଗୀତ ଗାଇବା  ସହ ଝୁମି ଉଠନ୍ତି ପୁରୁଷ ଓ ପରେ ପରେ ନାରୀମାନେ । ତେବେ ଅଶ୍ଲୀଳ ଗୀତ ନ ଗାଇଲେ ଦ୍ୱୀପ ବାସିନ୍ଦାଙ୍କ ପାଇଁ ଅମଙ୍ଗଳ ହେବା ସହିତ ମାଁ ସତୀକନ୍ୟା ବ୍ୟାଘ୍ର ରୂପରେ ଆର୍ବିଭାବ ହୋଇ ଏହି ଦ୍ୱୀପ ବାସୀଙ୍କୁ କ୍ଷତି ପହଞ୍ଚାଉଥିବା କହନ୍ତି ଗ୍ରାମବାସୀ  । ତେବେ ଏହି ଚୂଡାଖାଇ ପର୍ବର ବିଶେଷତ୍ୱ ଏହି କେ ଯେ, ଏହି ପର୍ବରେ ଫୂଲ ସ୍ଥାନରେ ମା’ଙ୍କୁ   ବର୍ଷରପ୍ରଥମ ଅମଳକୁ ନୂଆ ଚୂଡା ରୂପରେ  ପୂଜାର୍ଚ୍ଚନା କରାଯାଉଥିବାବେଳେ ଶିବ ପୂରାଣ ଉଦ୍ଧୃତ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ସମୟରେ ମଙ୍ଗଳମୟ  ଶିବଙ୍କୁ ଆମନ୍ତ୍ରଣ ନକରିବା ଅପମାନ ସହ୍ୟ କରି  ନପାରି  ମା ସତୀ ଯଜ୍ଞର ଅଗ୍ନି କୁଣ୍ଡରେ ଆହୁତି ଦେଇଥିଲେ ଯାଫଳରେ  କି ଭଗବାନ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷ ପ୍ରଜାପତି ଙ୍କୁ ଭସ୍ମ କରିଥିଲେ । ଶିବ ଙ୍କ କ୍ରୋଧ କୁ  ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତି ଙ୍କ ସହଧର୍ମିଣୀ  ଦେବୀ ପ୍ରସୂତୀ  ଭଗବାନ ଶିବ ଙ୍କୁ ପୂଜାର୍ଚ୍ଚନା କରିଥିଲୋ ତେବେ କ୍ରୋଧାନ୍ୱିତ  ଶିବ ନିଜ ଲିଙ୍ଗକୁ ପୁଜା କରିବା ପାଇଁ   ତାଙ୍କ  ଶାଶୁ ଙ୍କୁ  ପରାମର୍ଶ ଦେଇଥିଲେ  ।  ସେହି ଦିନ ଠାରୁ  ନିଜ ଶାଶୁ ଙ୍କ ଅଭିଶାପ ରେ ଶିବ ସତୀ ଙ୍କ ସହିତ ଶକ୍ତି ବେଷ୍ଟିତ  ଲିଙ୍ଗ  ରୂପରେ ପୂଜା ପାଇ ଆସୁଥିବା ବେଳେ   ଏହାକୁ ନେଇ ଏ ଅଶ୍ଲୀଳ ଗୀତ ମାଧ୍ୟମ  ରେ ପୁଜା ହୋଇଥାଏ ବୋଲି ଗବେଷକ ମତ ଦେଇଛନ୍ତି । ସେପଟେ ଏହି ପୂଜା ଆଠ ଦିନଧରି ଚାଲିବା ସହିତ ଅଷ୍ଟମଙ୍ଗଳା ଦିନ ଶହ ଶହ ସଂଖ୍ୟାରେ ପଶୁ ପକ୍ଷୀ ଙ୍କ ରକ୍ତ ରେ ରକ୍ତ ରଞ୍ଜିତ ହୋଇଥାଏ ଦ୍ୱୀପ ଖଣ୍ଡରେ ପୁଜା ପାଉଥିବା ମା ପିତାବଳୀ ଙ୍କ ଠାରେ  ।