କଟକ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା ଘଟଣା : ହତ୍ୟାକାଣ୍ଡର ଅନୁଧ୍ୟାନ କଲେ ପୁଲିସ କମିଶନର

22

କଟକ ବ୍ୟୁରୋ ,କନକ ନ୍ୟୁଜ୍ : କଟକ ଜଗତପୁର ପଶ୍ଚିମକଚ୍ଛରେ ପୁଲିସ କର୍ମଚାରୀ ତଥା ଜଗତପୁର ଥାନାର କଂପ୍ୟୁଟର ବିଭାଗର କର୍ମଚାରୀ କିର୍ତି ରଂଜନ ସାମନ୍ତଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କରିଛନ୍ତି ପୁଲିସ କମିଶନର ୱାବି ଖୁରାନିଆ । ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡ ସଂପର୍କରେ ଅନୁଧ୍ୟାନ କରିଛନ୍ତି ପୁଲିସ କମିଶନର । ଗତକାଲି ଜଗତପୁର ପଶ୍ଚିମକଚ୍ଛରେ କିର୍ତିରଜଂନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ତାଙ୍କ ମୁଣ୍ଡରେ ଗୁଳିବାଜିଥିବା ବେଳେ ତାଂକ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ମୃତଦେହ ନିକଟରୁ ପୁଲିସ ଏକ ପିସ୍ତଲ ମଧ୍ୟ ଜବତ କରିଥିଲା । ହତ୍ୟାକୁ ଏକ ଆତ୍ମହତ୍ୟାର ରୂପଦେବାକୁ ଅଭିଯୁକ୍ତ ଉଦ୍ୟମ କରିଥବା ମଧ୍ୟ ଜଣାପଡ଼ିଛି ।