ଗିଲାସେ ପାଣି ପାଇଁ ବଂଚିଗଲା ସିଆରପିଏଫ୍ ଯବାନଙ୍କ ଜୀବନ : ଆତ୍ମଘାତୀ ପୁଲୱାମା ଆକ୍ରମଣରୁ କେମିତି ବଂଚିଗଲେ ଯବାନ । ଜାଣନ୍ତୁ

3,464

ପୁଲୱାମାରେ ସିଆରପିଏଫର ୪୦ଜଣ ଯବାନଙ୍କ ବଳିଦାନ ପରେ ଦେଶ ଦୁଃଖରେ ଓ କ୍ରୋଧରେ ଅଛି । ଆସାମ ନିବାସୀ ସୁପର୍ଣ୍ଣା ଦାସ ଓ ତାଙ୍କ ଦୁଇଟି ପିଲାଙ୍କ ପାଇଁ ୧୪ ଫେବୃୟାରୀ ଦିନଟି ଖୁସି ଓ ଦୁଃଖରେ ବିତିଲା ।

ସୂଚନାଯୋଗ୍ୟ, ସୁପର୍ଣ୍ଣା ଦାସଙ୍କ ସ୍ୱାମୀ ବବଲୁ ଦାସ ମଧ୍ୟ ସେହି ଦଳର ଯବାନ ଥିଲେ, ଯେଉଁଥିରେ ସିଆରପିଏଫ୍ ଯବାନ ନିଜ କାର୍ଯ୍ୟସ୍ଥଳୀକୁ ଯାଉଥିଲେ । ବବଲୁ ଦାସଙ୍କୁ ମଧ୍ୟ ସେହି ବସରେ ବସିବାର ଥିଲା, ଯେଉଁଥିରେ ଫିଦାୟିନ୍ ଆକ୍ରମଣ ହୋଇଥିଲା । କିନ୍ତୁ ତାଙ୍କୁ ଗୋଟିଏ ଗ୍ଲାସ ପାଣି ବଂଚାଇଦେଲା । ସିଆରପିଏଫ୍ ସମୁହ ବହାରୁଥିବାବେଳେ ତାଙ୍କୁ ଶୋଷ ହେଲା । ସେ ପାଣି ପିଇବା ପାଇଁ ବସରୁ ଓହ୍ଲାଇପଡିଲେ । ସେ ଯେପର୍ଯ୍ୟନ୍ତ ଫେରିଲେ, ସେ ସମୟରେ ଅଧିକାଂଶ ବସରେ ସିଟ୍ ନଥିଲା । ସେଥିପାଇଁ ସେ ଶେଷ ବସ୍ କୁ ବସିବା ପାଇଁ ଗଲେ । ଯେତେବେଳେ ତାଙ୍କ ପତ୍ନୀଙ୍କୁ ଏହି ଘଟଣା ସଂପର୍କରେ ଜଣାପଡିଲା, ତେବେ ସେ ବବଲୁଙ୍କୁ ଫୋନ୍ କଲେ, ହେଲେ କଥା ହୋଇପାରିଲେନି ।

ସେହି ଦିନ ସନ୍ଧ୍ୟା ସମୟରେ ବବଲୁ ଦାସ ସୁପର୍ଣ୍ଣାଙ୍କ ସହ କଥା ହୋଇ ସମସ୍ତ ସୂଚନା ଦେଲେ । ସେ ନିଜ ସାଥୀଙ୍କୁ ହରାଇଥିବାରୁ ବହୁତ କ୍ରୋଧରେ ଥିଲେ । ସୁପର୍ଣ୍ଣା ଦାସ ଏବେ ବି ଚିନ୍ତିତ ଅଛନ୍ତି ଏବଂ ଚାହାଁନ୍ତି କି, ୧୪ ଫେବୃୟାରୀରେ ଯାହା ହେଲା, ତାର ପ୍ରତିଶୋଧ ନିଆଯାଉ ।