ଖରସ୍ରୋତା ନଦୀରେ ଭାସୁଛି ମଲାକୁମ୍ଭୀର ! କୁମ୍ଭୀରଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଜମିଛି ଭିଡ

ନଦୀରେ ଭାସୁଛି ମଲାକୁମ୍ଭୀର

129

କନକ ବ୍ୟୁରୋ : ନଦୀରେ ଭାସୁଛି ମଲାକୁମ୍ଭୀର । ଆଳି ବ୍ଲକର କେନ୍ଦ୍ରାପଡା ବଳିତର ଘାଟିରେ ଏକ କୁମ୍ଭୀକ ଭାସୁଥିବା ଦେଖାଯାଇଛି । ତେବେ ଏହି କୁମ୍ଭୀରର ଲମ୍ବ ପାଖାପାଖି ୮ ଫୁଟ ହେବ ବୋଲି ଜଣାପଡିଛି । ଏ ବଉଳା ପ୍ରଜାତିର ଏହି ମୃତ କୁମ୍ଭୀରକୁ ଜବତ କରିଛି ବନବିଭାଗ । ତେବେ ଏନେଇ ଖବର ମିଳିବା ପରେ ତାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା । ହେଲେ ଏହି କୁମ୍ଭୀରଟି କିପରି ମଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

କେବଳ ଏତିକି ନୁହେଁ ବରଂ କୁମ୍ଭୀର ମୃତ୍ୟୁ ସମ୍ପର୍କରେ ବନବିଭାଗ ଅଧିକାରୀ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏହାପୂର୍ବରୁ ଏପରି ଭାବରେ ନଦୀରେ କୁମ୍ଭୀର ମରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବାରମ୍ବାର ନଦୀରେ କେଉଁ କାରଣ ପାଇଁ କୁମ୍ଭୀରଙ୍କ ଜୀବନ ଯାଉଛି ତାହା ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ହେବା ଦରକାର ବୋଲି ମତପ୍ରକାଶ ପାଉଛି ।