କନକ ବ୍ୟୁରୋ: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଗତାକାଲି ରାତିରେ ବ୍ରହ୍ମପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆସିକାର ଗଣେଶ ନାୟକ ଓରଫ ବୁଲୁ ଓ ହୃଷି ପାତ୍ର ଆହତ ହୋଇଛନ୍ତି ।
ଉଭୟ ମନୋଜ ଜେନା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ପୋଲିସ ସୂଚନା ଦେଇଛି । ଆହତ ବୁଲୁ ଓ ହୃଷିର ଗୋଡରେ ଗୁଳି ବାଜିଛି ଏବଂ ସେମାନଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ପାଖରୁ ୨ଟି ପିସତଲ , ତିନି ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ଏହି ଦୁହେଁ ଆଉ ଦୁଇଟି ହତ୍ୟାରେ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି । ଆଉ ୩ ଜଣ ସହଯୋଗୀ ଫେରାର ଥିବା ବେଳେ ପୋଲିସର ଗୋଟିଏ ଟିମ୍ ସେମାନଙ୍କୁ ପିଛା କରୁଥିବା ପୋଲିସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/3_00014.png)
/kanak/media/post_attachments/wp-content/uploads/2019/06/vlcsnap-2019-06-01-07h40m55s456-300x220.png)