ସୁଲତାନଙ୍କ ବଙ୍ଗଳାରେ କ୍ରାଇମ୍ ବ୍ରାଞ୍ଚ୍ ! ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍ ର ଚଢାଉ । 

8,711

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ବଙ୍ଗଳାରେ ବୁଧବାର କ୍ରାଇମ୍ ବ୍ରାଞ୍ଚ୍ ଚଢାଉ କରିଛି । କ୍ରାଇମ୍ ବ୍ରାଞ୍ଚ୍ ସଲମାନଙ୍କ ଘରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଯେ ଗତ ୨୦ ବର୍ଷ ଧରି ତାଙ୍କ ବଙ୍ଗଳାର ଧ୍ୟାନ ରଖିଆସୁଛି । କ୍ରାଇମ୍ ବ୍ରାଞ୍ଚ୍ ହାତରେ ଧରା ପଡିଥିବା ବ୍ୟକ୍ତି ମୁମ୍ବାଇର ଜଣେ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ଅଟନ୍ତି ଏବଂ ପୋଲିସ୍ ଗତ ୨୯ ବର୍ଷ ଧରି ଏହି ଆସାମୀକୁ ଖୋଜୁଥିଲା ।

ସୂଚନାନୁସାରେ , ସଲମାନଙ୍କ ଗୋରାଇ ସ୍ଥିତ ବଙ୍ଗଳାରୁ ଶକ୍ତି ସିଦେ୍ଧଶ୍ୱର ରାଣା ନାମକ ଜଣେ ଅପରାଧୀକୁ ଗିରଫ କରାଯାଇଛି । ୬୨ ବର୍ଷ ହେଲା ସଲମାନଙ୍କ ଗୋରାଇ ସ୍ଥିତ ବଙ୍ଗଳାର ଦାୟିତ୍ୱ ଏହି ବ୍ୟକ୍ତିଙ୍କ ଦାୟିତ୍ୱରେ ଥିଲା ବୋଲି ମୁମ୍ବାଇ ପୋଲିସ୍ କୁ ସୂଚନା ମିଳିଛି । କୁହାଯାଉଛି ଯେ ପୋଲିସ୍ କୁ ଦେଖି ରାଣା ବଙ୍ଗଳାରୁ ଦୌଡିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା । ପୋଲିସ୍ କହିବାନୁସାରେ , ରାଣା ଏବଂ ତାର କିଛି ବନ୍ଧୁଙ୍କୁ ପୋଲିସ୍ ୧୯୯୦ ରେ ଚୋରୀ ମାମଲାରେ ଗିରଫ କରିଥିଲା କିନ୍ତୁ ପରେ ଅଭିଯୁକ୍ତ ଜାମିନ୍ ରେ ଆସି କେଉଁଆଡେ ଚାଲିଯାଇଥିଲା । ଅଭିଯୁକ୍ତର କେସ୍ କୋର୍ଟରେ ଚାଲିଥିଲା ବେଳେ ସେ କେବେ କୋର୍ଟରେ ହାଜିର୍ ହୋଇନଥିଲେ ।