କନକ ବ୍ୟୁରୋ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି କ୍ରିକେଟର୍ ସୁରେଶ ରୈନା । ଚଳନ୍ତା ଗାଡିର ଟାୟାର୍ ଫାଟିବାରୁ ମୃତ୍ୟୁମୁଖରୁ ବଂଚିଯାଇଛନ୍ତି ଭାରତୀୟ ଦଳର ଏହି ଷ୍ଟାର୍ କ୍ରିକେଟର୍ । କାନପୁରରୁ ଦିଲ୍ଲୀ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି ।
ସୂଚନା ଅନୁସାରେ, ୧୩ ସେପ୍ଟେମ୍ବରରେ ଗ୍ରୀନ୍ ପାର୍କରେ ହେବାକୁ ଥିବା ମ୍ୟାଚ୍ ପାଇଁ ସୁରେଶ ନିଜ କାରରେ ଦିଲ୍ଲୀରୁ କାନପୁର ଯାଉଥିଲେ । ତେବେ ହଠାତ୍ ଗାଡିର ଟାୟାର୍ ଫାଟିଯାଇଥିଲା । ଦୁର୍ଘଟଣା ପରେ ସେ ଏନେଇ ସ୍ଥାନୀୟ ପୁଲିସ୍ ଜଣାଇଥିଲେ । ଫଳରେ ତାଙ୍କୁ ଅନ୍ୟ ଏକ କାର୍ ଯୋଗେ କାନପୁର ପଠାଇଥିଲା ପୁଲିସ୍ ।
ପୁଲିସ୍ କହିବା ଅନୁଯାୟୀ ସୁରେଶ ରୈନା ନିଜ ରେଞ୍ଜ ରୋଭରରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ସମୟରେ ଗାଡିର ବେଗ କମ୍ ଥିବାରୁ ବେଶୀ କିଛି କ୍ଷତି ହୋଇନି । ତେଣୁ ସୁରେଶ ରୈନାଙ୍କ ଆହତ ହୋଇନାହାଁନ୍ତି । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି ସୁରେଶ ରୈନା । ଏବେ ସଚିନ୍ ତେନ୍ଦୁଲକରଙ୍କ ଠାରୁ ଦିଲ୍ଲୀରେ ଟ୍ରେନିଂ ନେଉଛନ୍ତି ରୈନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Suresh-Raina-IND.jpg)