କ୍ରିକେଟ୍ ରୁ ଏହି ଦେଶକୁ ସସପେଣ୍ଡ କଲା ଆଇସିସି ! ୬ ମାସ ପରେ ଭାରତ ସହ ଖେଳିଥାନ୍ତା ଟି-୨୦ ସିରିଜ୍

1,673

ଲଣ୍ଡନରେ ଆଇସିସି ବାର୍ଷିକ କନଫ୍ରେନ୍ସରେ ଏକ ବଡ ନିଷ୍ପତ୍ତି ନେଇଛି ଯେଉଁଥିରେ ଜିମ୍ବାୱେ କ୍ରିକେଟ୍ କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି) ରୁ ସସପେଣ୍ଡ କରାଯାଇଛି । ଏହି ବୈଠକ ପରେ ଗୁରୁବାର ଆଇସିସି ଜିମ୍ବାୱେ କ୍ରିକେଟ୍ କୁ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସର୍ବସମ୍ମତିରେ ଏଭଳି ନିଷ୍ପତ୍ତି ନେଇଥିବା କଥା ଆଇସିସି କହିଛି । ଜିମ୍ବାୱେ କ୍ରିକେଟ୍ ଲୋକତନ୍ତ୍ରରେ ନିରପେକ୍ଷ ନିର୍ବାଚନ କରିବାର ପରିବେଶ ସୃଷ୍ଟି କରିବା ଏବଂ କ୍ରିକେଟ୍ ପ୍ରଶାସନରେ ସରକାରଙ୍କ ଦଖଲକୁ ଦୂରେଇ ରଖିବାରେ ଅସଫଳ ହେବାରୁ ଆଇସିସିକୁ ଏଭଳି ପଦକ୍ଷେପ ନେବାକୁ ପଡିଛି ।

ଜିମ୍ବାୱେ ସରକାରଙ୍କ ଦ୍ୱାରା ସେଠାକାର କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିବା ଘଟଣାରେ ଆଇସିସି ଏଭଳି ପଦକ୍ଷେପ ନେଇଥିବା କଥା କୁହାଯାଉଛି । ତେବେ ଜିମ୍ବାୱେ ସମେତ କ୍ରୋଏସିୟା କ୍ରିକେଟ୍ ଫେଡରେସନ୍ କୁ ମଧ୍ୟ ସସପେଣ୍ଡ କରାଯାଇଛି । ଆଇସିସି ଚେୟାରମ୍ୟାନ୍ ଶଶାଙ୍କ ମନୋହର କହିଛନ୍ତି ଯେ , କୌଣସି ସଦସ୍ୟକୁ ସସପେଣ୍ଡ କରିବାର ନିଷ୍ପତ୍ତି ସେତେ ସହଜ ହୋଇନଥାଏ ଖେଳରେ ଯେଭଳି ରାଜନୈତିକ ହସ୍ତକ୍ଷେପ ନ ହେଉ ଏଥିପାଇଁ ଆମକୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି ।

ଆଇସିସିର ଏହି ନିଷ୍ପତ୍ତି ପରେ ଜିମ୍ବାୱେ କ୍ରିକେଟ୍ କୁ ଆଇସିସି ତରଫରୁ କୌଣସି ଟଙ୍କା ମିଳିନାହିଁ । ଏହାସହ ଜିମ୍ବାୱେ ଟିମ୍ ମଧ୍ୟ ଆଇସିସି ଇଭେଣ୍ଟ୍ ରେ ଖେଲି ପାରିବନାହିଁ । ଆଗାମୀ ବର୍ଷ ଜାନୁଆରୀରେ ଜିମ୍ବାୱେକୁ ଭାରତ ସହ ୩ ମ୍ୟାଚରେ ଟି୨୦ ସିରିଜ୍ ଖେଳିବାର ଥିଲା । କିନ୍ତୁ ଜିମ୍ବାୱେ କ୍ରିକେଟ୍ ସସପେଣ୍ଡ ହେବା ପରେ ଏହାର ଆଗାମୀ ଦ୍ୱିପକ୍ଷୀୟ ସିରିଜ୍ ମଧ୍ୟ ଏବେ ବିପଦରେ ପଡିଛି ।