ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା : ଗଙ୍ଗା ନଦୀ ଭିତରେ ଅଂଟାଏ ପାଣିରେ ଫ୍ୟାନ୍ସ କଲେ ଗଙ୍ଗା ଆଳତୀ

214

କନକ ବ୍ୟୁରୋ : ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ଫ୍ୟାନ୍ସ । ୟୁପିର ଅହମ୍ମଦାବାଦରେ ଆଜି ବର୍ଷା ନହେବା ପାଇଁ ପୂଜାର୍ଚ୍ଚନା କରିଛନ୍ତି କ୍ରିକେଟ୍ ପ୍ରଶଂସକ । ହୋମ କରି ଟିମ୍ ଇଣ୍ଡିଆର ବିଜୟ କାମନା କରିଛନ୍ତି । ଏକ ହନୁମାନ ମନ୍ଦିରରେ ଭାରତୀୟ ଦଳର ଖେଳାଳିଙ୍କ ଫଟୋ, ବିଶ୍ୱକପ ଓ ଜାତୀୟ ପତାକା ଧରି ପୂଜାର୍ଚ୍ଚନା ସହ କ୍ରିକେଟ ପ୍ରେମୀ ଭାରତର ବିଜୟ କାମନା କରିଛନ୍ତି । ସେପଟେ ବାରଣାସୀରେ ଦେଖିବାକୁ ମିଳିଛି ଅଭିନବ ଦୃଶ୍ୟ । ଗଙ୍ଗା ନଦୀରେ ଟିମ ଇଣ୍ଡିଆର ବିଜୟ ପାଇଁ ସ୍ୱତନ୍ତ୍ର ଆରତୀ କରିଛନ୍ତି କ୍ର୍ିକେଟ ପ୍ରେମୀ । ହାତରେ ଟିମ ଇଣ୍ଡିଆ ଖେଳାଳିଙ୍କ ଫଟୋ, ଜାତୀୟ ପତାକା ଧରି ଗଙ୍ଗା ନଦୀ ଭିତରେ ଅଂଟାଏ ପାଣିରେ ଫ୍ୟାନ୍ସମାନେ ଗଙ୍ଗା ଆଳତୀ କରିଛନ୍ତି । ଆଜିର ମ୍ୟାଚରେ ବର୍ଷା ବାଧକ ନହେଉ ଏବଂ ଟିମ ଇଣ୍ଡିଆ ବାଜିମାତ୍ କରୁ ବୋଲି କାମନା କରିଛନ୍ତି କ୍ରିକେଟ ପ୍ରେମୀ ।

ମଂଚେଷ୍ଟରରେ ଆଜି ମହାମୁକାବିଲା । ମୈଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ମଂଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ହେବ । ବିଶ୍ୱକପରେ ସପ୍ତମ ଥର ପାଇଁ ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି । ଓଲ୍ଡ ଟ୍ରାଫଡ୍ ପିଚ୍ରେ ବ୍ୟାଟିଂ କରିବା କଷ୍ଟକର ନୁହେଁ । ତେବେ ଗତ କିଛି ଦିନ ହେଲା ପାଗ କୋହଲା ରହିଥିବାରୁ ଏବଂ ଆଜି ବର୍ଷା ହେବାର ପୂର୍ବାନୁମାନ ଥିବାରୁ ବୋଲର ଅଧିକ ଫାଇଦାରେ ରହିବେ । ବଲ୍ ଅଧିକ ସୁଇଂ ହେବ । ମ୍ୟାଚ ପୂର୍ବରୁ ଉଭୟ ପାକିସ୍ତାନ ଓ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରିଛନ୍ତି ।