କନକ ବ୍ୟୁରୋ : ସାଉଥ ସୁପରଷ୍ଟାର କମଲ ହସନଙ୍କ ଫିଲ୍ମ ସେଟରେ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତେ ଆସିଷ୍ଟାଣ୍ଟ ଡାଇରେକ୍ଟର ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ଫିଲ୍ମରର ସୁଟିଂ କାର୍ଯ୍ୟ ଚେନ୍ନାଇ ନିକଟବର୍ତ୍ତୀ ଇଭିପି ଫିଲ୍ମ ସିଟିରେ ଚାଲିଥିବା ବେଳେ ହଠାତ୍ ଏକ କ୍ରେନ୍ ଭାଙ୍ଗିଯାଇଥିଲା । ଏଥିରେ ୯ ଜଣ ଗୁରୁତର ହୋଇଛନ୍ତି । ଏହି ଅଘଟଣ ସଂକ୍ରାନ୍ତରେ ଟୁଇଟ୍ କରି କମଲ ହାସନ ଲେଖିଛନ୍ତି ଯେ ମୁଁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଓ ଅନେକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । କିନ୍ତୁ ଆଜିର ଦୁର୍ଘଟଣା ଥିଲା ସବୁଠୁ ଭୟାବହ । ମୁଁ ତିନିଜଣ ସହକର୍ମୀଙ୍କୁ ହରାଇଲି। ମୋ ଦୁଃଖ ଠାରୁ ସେମାନଙ୍କ ପରିବାରବର୍ଗଙ୍କର ଦୁଃଖ ବହୁଗୁଣ ଅଧିକ ହେଉଥିବ। ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରୁ ଜଣେ ହୋଇ ମୁଁ ଏହି ଶୋକବାର୍ତ୍ତା ସେୟାର୍ କରୁଛି। ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ।publive-image

Advertisment

ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ୨୯ ବର୍ଷିୟ ମଧୁ, ସହକାରୀ ନିର୍ଦେଶକ ୩୪ ବର୍ଷିୟ କୃଷ୍ଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବର୍ତମାନ ସୁଦ୍ଧା ଅନ୍ୟ ମୃତ ବ୍ୟକ୍ତିଜଣଙ୍କର ପରିଚୟ ମିଳିନାହିଁ। ନିର୍ଦେଶକ ଶଙ୍କରଙ୍କର  ଗୋଡ଼ ଭାଙ୍ଗିଥିବା ଶୁଣାଯାଇଥିଲେ ବି ତାହା ଗୁଜବ ବୋଲି ପରେ ଜଣାପଡ଼ିଲା । ‘ଇଣ୍ଡିଆନ୍ ୨’ଫିଲ୍ମରେ ଏସ୍ ଶଙ୍କର ନିର୍ଦ୍ଦେଶନା ଦେଉଛନ୍ତି। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା । ଏହି ଫିଲ୍ମର ପୋଷ୍ଟରରେ କମଲ ଜଣେ ବୃଦ୍ଧ ବ୍ୟକ୍ତି ଭୂମିକାରେ ନଜର ଆସିଥିଲେ । ୧୯୯୬ ମସିହାରେ ରିଲିଜ୍ ହୋଇଥିବା କମଲଙ୍କ ଏହି ଫିଲ୍ମ ହେଉଛି ଇଣ୍ଡିଆନ ଫିଲ୍ମର ସିକ୍ୱେଲ   ।