କନକ ବ୍ୟୁରୋ : ଭୁବନେଶ୍ୱର ନିକଟସ୍ଥ ପଳାଶୁଣୀ ଛକରେ ଚୋରାଚାଲାଣ ହେଉଥିବା ଶହେରୁ ଅଧିକ ଗାଈ ଉଦ୍ଧାର । ଏକ କଂଟେନରରେ ନିର୍ଦ୍ଦୟ ଭାବେ ଚାଲାଣ ହେଉଥିବା ଗାଈଗୋରୁଙ୍କୁ ଉଦ୍ଧାର କରି ପୋଲିସ ଏବେ ଚୌଦ୍ୱାର ଗୋଶାଳାକୁ ପଠାଇଛି । ତେବେ କଂଟେନର ଭିତରେ ଗୋଟିଏ ଗାଈ ମରିଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ କୋଲକାତାକୁ ଶହେରୁ ଅଧିକ ଗୋରୁଙ୍କୁ ଚୋରା ଚାଲାଣ କରାଯାଉଥିବା ଖବର ପାଇ ବଜରଙ୍ଗ ଦଳ ପିଛା କରିଥିଲା । ଗାଈଗୋରୁଙ୍କୁ ନେଇଯାଇଥିବା କଂଟେନରକୁ ପଳାଶୁଣୀ ପାଖରେ ଅଟକାଇବାକୁ ଚେଷ୍ଟା କରିଥିଲେ ବଜରଙ୍ଗ ଦଳ । ପରେ କଂଟେନର ରାସ୍ତାକଡରେ ରଖି ଡ୍ରାଇଭର ସମେତ ୫ ଜଣ ଗୋଚାଲାଣକାରୀ ଫେରାର ହୋଇ ଯାଇଛନ୍ତି । ଖବର ପାଇ ମଂଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଁଚି କଂଟେନରକୁ ଜବତ କରିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-12-at-9.51.20-AM.png)