ଚାଲିଥିଲା ପ୍ରି-ୱେଡିଙ୍ଗ ସୁଟିଂ, ହଠାତ୍ ଡଙ୍ଗାରୁ ଖସି ପଡିଲେ ଦମ୍ପତି । ଦେଖନ୍ତୁ ଭିଡିଓ

1,489

ଲୋକମାନେ ନିଜ ନିଜର ବିବାହ ଦିନକୁ ସ୍ମରଣୀୟ କରି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ପୂର୍ବରୁ କେବଳ ବିବାହ ଦିନକୁ ଉଭୟ ବର-ବଧୂ ମିଶିକରି ଉପଭୋଗ କରୁଥିବା ବେଳେ ଏବେ ପ୍ରି- ୱେଡିଙ୍ଗ ଏବଂ ପୋଷ୍ଟ- ୱେଡିଙ୍ଗ ଭଳି ଜିନିଷ ଲୋକପ୍ରିୟ ହେଲାଣି । ଏହି ସମୟରେ ଉଭୟ ବର-ବଧୂ ପରସ୍ପର ସହ ସମୟ କଟାଇବା ସହ ପରସ୍ପରକୁ ଭଲ ଭାବରେ ଜାଣିବାର ସୁଯୋଗ ପାଇଥାନ୍ତି । ତେବେ ବେଳେ ବେଳେ ନିଜ ପ୍ରି- ୱେଡିଙ୍ଗ ଫଟୋକୁ ଭିନ୍ନ କରିବା ପାଇଁ କିଛି ଲୋକ ଏଭଳି ଜିନିଷ କରି ଯାଇଥାନ୍ତି, ଯାହା ତାଙ୍କୁ ଚର୍ଚ୍ଚାକୁ ଆଣିଥାଏ । କେରଳରେ ଜଣେ ଦମ୍ପତି ନିଜର ପ୍ରି- ୱେଡିଙ୍ଗ ଫଟୋସୁଟକୁ ସ୍ମରଣୀୟ କରିବା ପାଇଁ ଡ଼ଙ୍ଗାରେ ବସି ଫଟୋସୁଟ୍ କରିବେ ବୋଲି ଚିନ୍ତା କରିଥିଲେ । କିନ୍ତୁ ଫଟୋ ଉଠାଇବା ସମୟରେ ଯାହା ଘଟିଥିଲା, ତାହା ସେମାନଙ୍କ ସମତେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ସ୍ମରଣୀୟ ହୋଇ ରହିବ ।

ସୂଚନା ମୁତାବକ, ପ୍ରି- ୱେଡିଙ୍ଗ ସୁଟ୍ ପାଇଁ ଦମ୍ପତି, ପମ୍ବନ ନଦୀରେ ଯାଇ ପହଞ୍ଚିଥିଲେ । ଦୁହେଁ ଡ଼ଙ୍ଗାରେ କଦଳୀ ପତ୍ର ଧରି ବସିବା ସହ ଚାରିଆଡ଼ୁ ଫଟୋଗ୍ରାଫରଙ୍କ ଟିମ୍ ତାଙ୍କ ଉପରକୁ ପାଣି ପକାଇଥିଲେ । ଏହି ସମୟରେ ହଠାତ୍ ଡ଼ଙ୍ଗାଟି ଓଲଟି ପଡ଼ିବାରୁ ଦୁହେଁ ପାଣିରେ ପଡ଼ି ଯାଇଥିଲେ । କିନ୍ତୁ ପାଣି କମ ଥିବାରୁ ଦୁହିଁଙ୍କର କୌଣସି କ୍ଷତି ହୋଇ ନଥିଲା । ପ୍ରଥମେ ଦୁହେଁ ଏହା ଦୁର୍ଘଟଣା ବୋଲି ଭାବୁଥିବା ବେଳେ ପରେ ଫଟୋସୁଟ୍ ପାଇଁ ଆସିଥିବା ଟିମ୍ ଜାଣିଶୁଣି ଡ଼ଙ୍ଗାକୁ ଓଲଟାଇଥିଲେ ବୋଲି ଜଣା ପଡ଼ିଥିଲା । ଫଟୋସୁଟ୍ ପାଇଁ ଆସିଥିବା ଟିମ୍ ନିଜ ୱେବସାଇଟ୍ ପାଇଁ ମଜାଦାର ଭିଡିଓ ତିଆରି କରିବା ପାଇଁ ଚାହୁଁଥିବାରୁ ଏପରି କରିଥିବା କହିଥିଲେ ।